September 21, 2024

ବୁଗୁଡ଼ା ଅଞ୍ଚଳରେ ଧୂମଧାମରେ ଗଣେଶ ପୂଜା ଅନୁଷ୍ଠିତ

Share

ବୁଗୁଡା : ତା୦୭/୦୯/୨୪ : ଏ ବର୍ଷ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଜାକଜମକରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ନିୟୁ ଏରା ପବ୍ଲିକ୍‌ ସ୍କଲ, ସାଇ ସରସ୍ବତୀ ଶିଶୁ ମନ୍ଦିର ଓ ପିପୁଲ୍ସ ହାଇସ୍କୁଲ ସମେତ ବିଭିନ୍ନ ସ୍କୁଲ ,କଲେଜ ଓ କୋଚିଂ ସେଣ୍ଟରରେ ଉତ୍ସାହର ସହ

ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଅନୁଷ୍ଠିତ

ହୋଇଯାଇଛି । ଏଥ୍‌ସହ ବୁଗୁଡା ସହରାଞ୍ଚଳର ଗଣେଶ

ମାର୍କେଟ୍ କମ୍ପ୍ଲେକ୍ସ, ଅରବିନ୍ଦ ନଗର, ଯାଦବ ସାହି, ପ୍ରେମଚାନ୍ଦ ନଗର, ବଡଦାଣ୍ଡ ସାହି, ବେତାରସିଂ ରୋଡ ସାହି, କାଦପଡା, କାର୍ଜିସାହି, ବାଲିପିଣ୍ଡି ସାହି, ନୂଆଁ ସାହି ଏବଂ ଗ୍ରାମାଞ୍ଚଳର କରଚୁଲି ,କରସିଙ୍ଗି, ବାଲିପଦର , ପଙ୍କଳବାଡି, ଗୋଳାବନ୍ଧ କତକଲା, ବେତାରସିଂ ସମେତ ବିଭିନ୍ନ ସ୍ଥାନରେ ବିଘ୍ନରାଜଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ଯା ସମୟରେ ବିଭିନ୍ନ ମେଢ ନିକଟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।