September 21, 2024

ସୁଭଦ୍ରା ଯୋଜନା ବିଷୟରେ ମହିଳାଙ୍କୁ ସଚେତନତା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

Share

 

 

ଛତ୍ରପୁର ତା -୭/୯/୨୪(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ରିକାପଲ୍ଲୀ ରେଡି ସାହି ବୁଲି ସୁଭଦ୍ରା ଯୋଜନା ବିଷୟରେ ମହିଳାଙ୍କୁ ସଚେତନତା କରାଇଛନ୍ତି ମଷ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା,ଏନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିଲା । କେଉଁଠି ଆଧାର ସହ ମୋବାଇଲ ନମ୍ବର ଲିଙ୍କ ପାଇଁ ଭିଡ ଜମୁଛି ତ କେଉଁଠି ଅସାଧୁ ଭାବେ ଟଙ୍କା ମଗାଯାଉଛି । ଏହିସବୁ ଦୃଷ୍ଟିରେ ରଖି ଏହି ଯୋଜନା ସଂପର୍କରେ ବ୍ୟାପକ ଜନସେଚତନା ସୃଷ୍ଟି କରିବା ଉଦେଶ୍ୟରେ ମନ୍ତ୍ରୀ ଛତ୍ରପୁର ୧୨ ନମ୍ବର ୱାର୍ଡର ମହିଳା ମାନଙ୍କୁ ସଚେତନତା କରାଇଥିଲେ । ହିତାଧିକାରୀ ଯେପରି ଭ୍ରମିତ ନହେବେ ସେଥିଲାଗି ଏହି ଯୋଜନା ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଏହି ଯୋଜନାରେ ପଞ୍ଜିକରଣ ପାଇଁ କୈାଣସି ନିଦ୍ଧିଷ୍ଟ ସମୟସୀମା ନାହିଁ । ସମସ୍ତ ଯୋଗ୍ୟହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ । ଏହା ଏକ ଐତିହାସିକ ଯୋଜନା ଉପସ୍ଥିତ ଶତାଧିକ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ସଂପର୍କରେ ବୁଝାଇଥିଲେ । ଏହା ସହ ବିଜେପିର ସଦସ୍ୟତା ଗ୍ରହଣ କରିବାକୁ ଲୋକଙ୍କୁ ଟୋଲ ଫ୍ରି ନମ୍ବର ରେ କଲ କରି ଯୋଡି ହେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁର ଏନ ଏ ସି ଅଧଃକ୍ଷା ଶର୍ମିଷ୍ଠା ପ୍ରଧାନ, ପଦ୍ମ ଚରଣ ସାହୁ, ପ୍ରଦୀପ ପାଢ଼ୀ, ସଞ୍ଜିତ ରାଉଳ, ସୁରେଶ ରେଡି ଏବଂ ଶତାଧିକ ମହିଳା ଉପସ୍ଥିତ ଥିଲେ