March 10, 2026

ରାୟଗଡା ରେ ସୁଭଦ୍ରା ରଥର ଶୁଭାରମ୍ଭ କରିଲେ ବିଭୁତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ।

IMG-20240907-WA0022
Share

 

 

 

ରାୟଗଡା :ଆଜି ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ଶ୍ରୀଯୁକ୍ତ ବିଭୁତିଭୂଷଣ ଜେନା, ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣୀ ମନ୍ତ୍ରୀ ଓଡିଶାଙ୍କ କରକମଳରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପଡ଼ିଆରେ ୬ଟି ସୁଭଦ୍ରା ରଥର ଶୁଭାରମ୍ଭ କରିଛନ୍ତି । ଏହି ସୁଭଦ୍ରା ରଥ ରାୟଗଡା ଜିଲ୍ଲାର ୧୧ଟି ବ୍ଲକର ପ୍ରତି ପଂଚାୟତ, ପ୍ରତିଙ୍ଗାରେ ପ୍ରତି ସାହିରେ ବୁଲି ସୁଭଦ୍ରା ଯୋଜନା ବିଷୟରେ ପ୍ରଚାର କରାଇବେ। ଚଳିତ ମାସ ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ ମନ୍ତ୍ରୀ । କେବଳ ସେତିକି ନୁହେଁ ପୂର୍ବ ସରକାର ଯେଉଁ ଯୋଜନା ପ୍ରଣୟନ କରିଥିଲେ ସେସବୁ ଯୋଜନା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି କରିଥିଲେ। ଆଉ ସେହି ସବୁ ଯୋଜନା ଅଧା ବାଟରେ ବାଟମାରଣା ହୋଇଯାଉଥିଲା । ପ୍ରକୃତ ଲୋକଙ୍କ ନିକଟରେ ପହଂଚି ପାରୁନଥିଲା ।କିନ୍ତୁ ଆମ ମୋହନ ମାଝୀ ସରକାରରେ ଏହି ସବୁ ଚଳିବ ନାହିଁ। ମହିଳା ମାନେ ହେଉଛନ୍ତି ଘରର ଲକ୍ଷ୍ମୀ। ସିଏ ଆଗକୁ ବଢିଲେ ଆମ ରାଜ୍ୟର ଓ ଦେଶର ଉନ୍ନତି ହେବ । ୨୧ ରୁ ୬୦ ବର୍ଷ ମଧ୍ୟରେ ସମସ୍ତ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ଯେଉଁ ମହିଳା ଯେବେ ନିଜ ନାମ ପଞ୍ଜିକରଣ କରିବେ ସେ ଏହି ଯୋଜନାର ଲାଭ ପାଇପାରିବେ । ଚଳିତ ମାସ ୧୭ ତାରିଖ ଶେଷ ଦିନ ନୁହେଁ । ତେଣୁ ଅଯଥା ଗହଳି ସୁରୁଖୁରୁରେ ଏହି ଯୋଜନାର ଲାଭ ନିଅନ୍ତୁ ବୋଲି କହିଥିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପତ୍ଵଆରୀଙ୍କ ସହିତ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ମଞ୍ଚଆସିନ ଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ