March 10, 2026

ଉମରକୋଟ ପୈର ପରିଷଦ ୨ ନ° ୱାର୍ଡ ରେ ଶିକ୍ଷକ ବଦଳି ବାତିଲ ଦାବୀ କରି ଗ୍ରାମବାସୀଙ୍କ ଦ୍ଵାରା ସିଆରସିସି ଅଟକ……..

IMG-20240907-WA0016
Share

 

ବଦଳି ବାତିଲ ପରେ ସିଆରସିସି କୁ ଛାଡ଼ିଲେ

 

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡ ରେ ଥିବା ଗତି ଗୁଡ। ପ୍ରାଥମିକ ସ୍କୁଲ ରେ କାର୍ଯ୍ୟରତ ଜଣେ ଶିକ୍ଷକ ଙ୍କ ବଦଳି ଦାବୀ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏହି ସ୍କୁଲରେ କାର୍ଯ୍ୟରତ ଜଣେ ଭଲ ଶିକ୍ଷକ ଙ୍କ ବଦଳି ବାତିଲ ଦାବୀ କରି ଆଜି ଗ୍ରାମ ବ।ସି ଦୀର୍ଘ ସମୟ ଧରି ସିଆରସିସି ହେମନ୍ତ କୁମାର ସାହୁଙ୍କୁ ଅଟକ ରଖିଥିଲେ। ପରେ ଉକ୍ତ ଶିକ୍ଷକଙ୍କ ବଦଳି ବାତିଲ ହେବ। ପରେ ଗ୍ରାମ ବାସୀ ସିଆରସିସି ଙ୍କୁ ଛାଡି ଥିଲେ। ମିଳିଥିବା ସୁଚନା ଅନୁସାରେ ଉମରକୋଟ ସହର ଭିତରେ ଥିବା ଗତିଗୁଡା ଗ୍ରାମ ଠାରେ ଥିବା ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଆଉ ପ୍ରାୟ ୧୯୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି। ଆଉ ଏହି ସ୍କୁଲରେ ୬ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ତେବେ ବ୍ଲକ ଶିକ୍ଷା ଅଧିକାରୀ ହଠାତ ସେପ୍ଟେମ୍ବର ୪ ତାରିଖ ଦିନ ପତ୍ର ସଂଖ୍ୟା ୨୪୪୩/୨୪ ଅନୁସାରେ ଏହି ସ୍କୁଲର ଶିକ୍ଷକ ବାବୁ ରାମ ପାତ୍ରଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ୟୁ ଭି ୧୧ ନାୟକ ଗୁଡା କୁ ଅସ୍ଥାୟୀ ଭାବେ ବଦଳି କରାଯାଇଥିଲା।

ଏହି ଖବର ଶୁଣିବା ପରେ ଆଜି ଗ୍ରାମବାସୀ ଙ୍କ ମଧ୍ଯ ରେ ପ୍ରବଳ ଅସନ୍ତୋଷ ଦେଖା ଯାଇଥିଲା। ୨ ନମ୍ୱର୍ ୱାର୍ଡ କାଉନସିଲର ଚିତ ରଞ୍ଜନ ପାତ୍ରଙ୍କ ନେତୃତ୍ୱ ରେ ଶତାଧିକ ଗ୍ରାମବାସୀ ଆଜି ସ୍କୁଲକୁ ଆସି ପ୍ରବଳ ହଟ୍ଟ ଗୋଳ କରିଥିଲେ। ଏହି ସମୟରେ କୌଣସି କାମରେ ଆସିଥିବା ସିଆରସିସି ହେମନ୍ତ କୁମାର ସାହୁ ସ୍କୁଲ ଭିତରେ ଥିବା ଦେଖି ଗ୍ରାମବାସୀ ଗେଟରେ ଗେଡ଼।ଦେଇ ଦୀର୍ଘ ସମୟ ଯାଇ ଅଟକ ରଖିଥିଲେ। ଶିକ୍ଷକ ଙ୍କ ବଦଳି ବାତିଲ ନ ହେବା ଯାଇଁ ଛାଡ଼ି ବୁନି ବୋଲି କହିଥିଲେ। ପରେ ଅଟକ ହେଇ ଥିବା ସିଆରସିସି ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ସମସ୍ତ କଥା ଅବଗତ କରିବା ପରେ ବ୍ଲକ ଶିକ୍ଷା ଅଧିକାରୀ ପତ୍ର ସଂଖ୍ୟା ୨୪୫୪/୨୪ ଅନୁସାରେ ବାବୁ ପ।ତ୍ରଙ୍କ ବଦଳି ଆଦେଶ ଚିଠି କୁ ସ୍କୁଲ୍ କୁ ପଠାଇ ଥିଲେ। ପରେ ଉତ୍ୟକ୍ତ ଗ୍ରାମ ବାସୀ ଅଟକ ରଖିଥିବା ସି ଆର ସି ସି ଙ୍କୁ ବାହାର କୁ ଆସିବା ପାଇଁ ଛାଡିଥିଲେ। କାଉନସିଲର ଚିତ ପାତ୍ର ଙ୍କ କହିବା ହେଲା ୨ ବର୍ଷ ହେଲା ବାବୁ ପତ୍ର ଏହି ସ୍କୁଲ ରେ ନିଯୁକ୍ତି ପାଇଛନ୍ତି। ଏହି ୨ ବର୍ଷ ଭିତରେ ବାବୁ ପାତ୍ର ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଙ୍କ ମଧ୍ଯ ରେ ବେଶ ଲୋକ ପ୍ରିୟତ। ହାସଲ କରିଛନ୍ତି। ସେ ଭଲ ପ।ଠ ପଡେଇବା ସହ ପିଲାଙ୍କୁ ନାଚ ଓ ଗୀତ ମଧ୍ୟ ଶିଖାଇ ଥାଆନ୍ତି ବୋଲି କହିଛନ୍ତି କାଉନସିଲର ଚିତ ରଞ୍ଜନ ପାତ୍ର। ତେବେ ବଦଳି ବାତିଲ ପରେ ସ୍କୁଲରେ ଶିକ୍ଷା ଦାନ ଓ ଗଣେଶ ପୂଜା କାର୍ଯ୍ୟ ସ୍ଵାଭାବିକ ଅବସ୍ଥା କୁ ଆସିଥିଲା।