September 21, 2024

ପାରଳା ବିଧାୟକ ଙ୍କ ଅଚାନକ ହଷ୍ଟେଲ ପରିଦର୍ଶନ 

Share

 

କାଶୀନଗର

ତା 6/9/24

କାଶୀନଗର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲକୁ ହଠାତ ପରିଦର୍ଶନ କରିବାକୁ ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ପହଞ୍ଚିଥିଲେ . ହଷ୍ଟେଲ ମଧ୍ୟରେ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଦେଖିବା ପରେ ହଷ୍ଟେଲ ପାଇଖାନା ଦେଖି ପାଇଖାନା ସଫା ସୁତୁରା ନ ଥିବାରୁ ସବୁ ଦିନ ସଫା ରଖି ଫିନାଇଲ ପକାଇବାକୁ ହଷ୍ଟେଲ ନିରୀକ୍ଷକଙ୍କୁ ପରାମର୍ଶ ଦେଇଥିଲେ ଏବଂ ହଷ୍ଟେଲ ମଧ୍ୟରେ ଥିବା ଫିନାଇଲ ଏକ୍ସପଇରୀ ହୋଇଥିବା ଦେଖି ସେ ସବୁ ତୁରନ୍ତ ସେଠାରୁ ଫୋପାଡିବା ପାଇଁ କହିଥିଲେ . ଏହାପରେ ହଷ୍ଟେଲ ସ୍ଲାପ ଉପରେ ଥିବା ପାଣି ଟେଙ୍କର ପାଣି ସୁଦ୍ଧ ନ ଥିବାରୁ ଏହି ପାଣି ଟେଙ୍କ ସପ୍ତାହ କିମ୍ୱା ପନ୍ଦର ଦିନ ରେ ଥରେ ସଫା କରିବାକୁ କହି ହଷ୍ଟେଲ ପରିବେଶ ସବୁଦିନ ସ୍ୱଚ୍ଛ ରଖିବାକୁ ସେ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ. ହଷ୍ଟେଲ ର ଛାତ ଗୁଡିକ ମଧ୍ୟ ଦୁର୍ବଳ ହୋଇ ଥିବା ବିଧାୟକ ଦେଖି ନୂଆ ଛାତ ପାଇଁ ଆବେଦନ କରିବାକୁ ସ୍ଥାନୀୟ ଯନ୍ତ୍ରୀଙ୍କୁ କହିବା ପରେ ବିଜୁଳି ତାର ଓହଳି ଥୁବାରୁ ବିଧାୟକ ଆଶ୍ଚର୍ଯ୍ୟ ହୋଇ ଉପସ୍ଥିତ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗଙ୍କୁ ତୁରନ୍ତ ଠିକ କରିବାକୁ ନିର୍ଦେଶ ଦେଇଥିଲେ. ହଷ୍ଟେଲରେ ପ୍ରତ୍ୟେକ କୋଠରୀ ବୁଲି ବୁଲି ତଦାରଖ କରିବା ସହ ସମସ୍ୟା ବିଷୟରେ ଆଲୋଚନା କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ହଷ୍ଟେଲ ସମସ୍ୟା ବିଷୟରେ ଅବଗତ କରିବେ ବୋଲି ମଧ୍ୟ କହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ