March 12, 2026

ଗଡଜାତ ପରିକ୍ରମା ପୂଜ୍ୟପୂଜା ସମାରୋହ,ଦଶମ ଗୁରୁଦିବସ ରେ ସମ୍ବର୍ଦ୍ଧିତ ହେଲେ 11 ଜଣ ଗୁରୁ ଆଠଗଡ,ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍‌ ଈଶ୍ବର

IMG-20240907-WA0002
Share

ଗଡଜାତ ପରିକ୍ରମା ପୂଜ୍ୟପୂଜା ସମାରୋହ,ଦଶମ ଗୁରୁଦିବସ ରେ ସମ୍ବର୍ଦ୍ଧିତ ହେଲେ 11 ଜଣ ଗୁରୁ ଆଠଗଡ,ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍‌ ଈଶ୍ବର । ଅନ୍ଧକାରମୟ ଜୀବନକୁ ଆଲୋକମୟ କରିଥାନ୍ତି ଗୁରୁ । ନିଜ ଲକ୍ଷ୍ୟ ସ୍ଥିର କରିବା ଠୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଗୁରୁ ହିଁ ଏକମାତ୍ର ମାଧ୍ୟମ ଅଟନ୍ତି । ଜୀବନର ପ୍ରତିଟି ସୋପାନରେ ଗୁରୁଙ୍କର ଆବଶ୍ୟକ ହୋଇଥାଏ ।ହେଲେ ଗୁରୁଙ୍କ ଉପରେ ଆଉଜଣେ ଅଛନ୍ତି ସେ ହେଉଛନ୍ତି ସଦଗୁରୁ, ଯାହାଙ୍କୁ କେହି ଦେଖିପାରନ୍ତି ନାହିଁ, ସେଇ ସଦଗୁରୁଙ୍କ କୃପା ଯଦି ଆପଣଙ୍କ ଉପରେ ପଡିଥାଏ ତେବେ ଆପଣ ଜଣେ ଗୁରୁବାଚ୍ୟ ହୋଇପାରନ୍ତି, ଏଇଭଳି କିଛି କଥା କହିଛନ୍ତି ଗୁରୁଦିବସ ଅବସରରେ ଗଡଜାତ ପରିକ୍ରମା ତରଫରୁ ଆୟୋଜିତ ଦଶମ ପୂଜ୍ୟପୂଜା ସମାରୋହରେ ବକ୍ତାମାନେ, ଗଡଜାତ ପରିକ୍ରମା ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଡ଼ ସଦନାଦ ପରିଡା ଏବଂ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ବର୍ଷିଆନ ସାମ୍ବାଦିକ ତଥା ଅବସରପ୍ରାପ୍ତ ଗୁରୁ ପ୍ରଭାକର ଶିରୋମଣି, ଗଡଜାତ ପରିକ୍ରମା ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ପ୍ରାରମ୍ଭରେ ସମସ୍ତ ଅତିଥି ଏବଂ ଗୁରୁମାନେ ବିଦ୍ୟାପୀଠ ମଧ୍ୟରେ ଥିବା ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା, ଗୁରୁଦିବସରେ ବିଶ୍ୱନାଥ ବିଦ୍ୟାପୀଠ ସଂଗୀତଗୁରୁ ସନ୍ତୋଷ ବେହେରାଙ୍କ ନିଜସ୍ୱ ଲେଖା ହେ ଗୁରୁ ଗାନ କରିଥିଲେ ବିଦ୍ୟାପୀଠ ର ଛାତ୍ରମାନେ, ଏହି ଅବସରରେ ପ୍ରାଣକୃଷ୍ଣ ଦାଶଙ୍କ ଏକ କବିତା ପୁସ୍ତକ ଲେଖନୀର ଝର ଉନ୍ମୋଚନ କରାଯାଇଥିଲା, ପୂଜ୍ୟପୂଜା ସମାରୋହରେ ପ୍ରଭାକର ଶିରୋମଣି, ଅଶୋକ ପ୍ରଶନ ଶରଣ, ଭୀମସେନ ସାହୁ, ରବିନ୍ଦ୍ରନାଥ ରାଉତ, ସ୍ଵର୍ଣ୍ଣଲତା ତ୍ରିପାଠୀ, କମଳା ନାୟକ, ପ୍ରଶନ ଦାଶ, କୁଳମଣି ବାରିକ,ସୁବଳ କୁମାର ନାୟକ, ଧ୍ରୁବ ଚରଣ ଦାଶ, ଦିବାକର ନାୟକ ପ୍ରଭୁତି ଏଗାର ଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସଞ୍ଜୟ ଟାପରିଆ, ସୁବାସ ରାଉତ, ପୁଲିନ ମିଶ୍ର, ତ୍ରିଲୋଚନ ବେହେରା, ଅଶୋକ ଦାଶ, ପ୍ରମୋଦ ବିଶୋଇ,ଗଣେଶ ରାଉତ, ସଦାନନ୍ଦ ପଟ୍ଟନାୟକ ଏବଂ ଇନର ହୁଇଲ କ୍ଳବର ସଭ୍ୟ ଦୀପାଳି ଦାଶ, ରାଜେଶ୍ୱରୀ ଗୋସ୍ୱାମୀ ଏବଂ ରୂପଶ୍ରୀ ରୁପପଦ୍ମା ମହାନ୍ତି,ଶେଷରେ ସଭ୍ୟ ସୁବାସ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ,