ଅଜଣା ବ୍ୟକ୍ତିଙ୍କ ପରିଚୟ ଖୋଜିଦେଲେ ଯୁବ ସମାଜସେବୀ ଅଜିତ ମହାନ୍ତି |
ଅଜଣା ବ୍ୟକ୍ତିଙ୍କ ପରିଚୟ ଖୋଜିଦେଲେ ଯୁବ ସମାଜସେବୀ ଅଜିତ ମହାନ୍ତି |
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଜଣେ ଅଜଣା ଅଶୁଣା ବ୍ୟକ୍ତି ପରିଚୟ ବିହୀନ ହୋଇ ପାଗଳଙ୍କ ଭଳି ଇତସ୍ତତଃ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରି ତାଙ୍କରି ପରିଚୟ ଖୋଜି ଦେଇଛନ୍ତି ଗୁଣୁପୁର ବ୍ଲକ୍ ଲିମାମେଡା ଅଞ୍ଚଳର ଯୁବ ସମାଜସେବୀ ଅଜିତ୍ ମହାନ୍ତି । ସୂଚନା ଅନୁଯାୟୀ ଆଜି ଜଣେ ବୟସ୍କ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଲିମାମେଡା ଅଞ୍ଚଳରେ ଇତସ୍ତତଃ ଭାବେ ଏଣେତେଣେ ବୁଲୁଥିବା ବେଳେ ଗ୍ରାମର ହିମାଂଶୁ ଶେଖର ଓ ସଞ୍ଜରେଖା ଦେବୀ ଦେଖି ଶ୍ରୀ ମହାନ୍ତିଙ୍କୁ ସୂଚନା ଦେଇଥିଲେ । ତାଙ୍କୁ ଗ୍ରାମର ଏକ ଜଙ୍ଗଲ କଡ଼ ରାସ୍ତାରୁ ଉଦ୍ଧାର କରି ତାଙ୍କ ପରିଚୟ ପଚାରିଥିଲେ । ତେବେ ବ୍ୟକ୍ତି ଜଣକ ପ୍ରଥମେ କିଛି କହୁ ନ ଥିଲେ । ପରେ ତାଙ୍କୁ ବସାଇ ପାଣି, ଶୁଖିଲା ଖାଦ୍ୟ ଦେବା ପରେ ତାଙ୍କ ନାମ ଖାଲି କହିଥିଲେ । ନିଜ ଠିକଣା ଜାଣି ନ ଥିବା କହିଥିଲେ । ସୌଭାଗ୍ୟ ବଶତଃ ବ୍ୟକ୍ତି ଜଣକ ପାଖରେ ଏକ ଟ୍ରେନ ଟିକେଟ ଓ ଏକ ଛୋଟ ମୋବାଇଲଟିଏ ଥିଲା । ଉକ୍ତ ମୋବାଇଲ ଫୋନଟିରେ ଚାର୍ଜ ନ ଥିବାରୁ ବନ୍ଦ ଥିବା ବେଳେ ଟ୍ରେନ ଟିକେଟ ରେ ଗୌହାଟୀ ରୁ ବାଙ୍ଗାଲୋର ଟିକେଟ ହୋଇଥିବା ଜଣାପଡିଥିଲା । ପରେ ମୋବାଇଲ ରୁ ଏକ ନମ୍ବର ରେ ସମ୍ପର୍କ କରି ତାଙ୍କ ପରିଚୟ ଓ ଠିକଣା ଖୋଜିବାରୁ ବ୍ୟକ୍ତି ଜଣକ ଆସାମ ର ଗୌହାଟୀ ଅଞ୍ଚଳର ଓ ସେ ତାଙ୍କ ଝିଅ ଘର ବାଙ୍ଗାଲୋର ଯାଇ ପୁନର୍ବାର ଘରକୁ ଫେରୁଥିଲେ ବୋଲି ଜଣାପଡିଥିଲା । ତେବେ ଟ୍ରେନରେ ବ୍ୟକ୍ତିଙ୍କ ସହ କିଛି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଉକ୍ତ ବ୍ୟକ୍ତି ଙ୍କ ନିକଟରେ ମାତ୍ର ୧୦ ଟଙ୍କା ଥିବା ବେଳେ ପାଦରେ ଜୋତା ବି ନାହିଁ । ବର୍ତ୍ତମାନ ଯୁବ ସମାଜ ସେବୀ ଜଣକ ବ୍ୟକ୍ତି ଙ୍କୁ ପାଖରେ ରଖିବା ସହ ତାଙ୍କ ପରିବାର ଲୋକେ ଆସିବା ପର୍ଯ୍ୟନ୍ତ ପାଖରେ ରଖିବେ । ଆଜି ରାତିରେ ତାଙ୍କ ପରିବାର ଲୋକେ ଆସୁଥିବା ବେଳେ ଆସନ୍ତା କାଲି ମଧ୍ୟାହ୍ନରେ ଗୁଣୁପୁର ରେ ପହଞ୍ଚୁଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଯୁବ ସମାଜସେବୀ ଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି ।