November 24, 2024
Share

*ଖବର ଆଜିର*
ତାରିଖ ୦୭/୦୯/୨୦୨୩ ଗୁରୁବାର ।

କୁକୁର କାମୁଡ଼ିବା ପରେ ଘରେ କହିଲେନି ବାଳକ। କିଛି ଦିନ ପରେ ‌ଜଳାତଙ୍କ ରୋଗ ନେଲା ଜୀବନ। ସୋମବାର ଦିନ ଗାଜିଆବାଦରେ ଜଣେ ୧୪ବର୍ଷର ବାଳକର ମୃତ୍ୟୁ ଘଟିଛି।

ଛେଳି ପାଇଁ ‌ଟ୍ରେନ ଟିକେଟ କିଣି ଚର୍ଚ୍ଚାରେ ମହିଳା। ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମନ କିଣିଲା ମହିଳାଙ୍କ ସଚ୍ଚୋଟ ପଣିଆ। ଘଟଣାଟି ପଶ୍ଚିମବଙ୍ଗରେ ଘଟିଥିବା ବେଳେ ମହିଳାଜଣକ ନିଜ ଛେଳିକୁ ନେଇ ଟ୍ରେନରେ ଯାତ୍ରା କରୁଥିଲେ।

ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରେ ୪ ସାମ୍ବାଦିକଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ: ବିରୁଦ୍ଧରେ ୨ଟି କେସ୍ କରିଛନ୍ତି ମଣିପୁର ସରକାର ।

ବିଶ୍ଵକପ୍ ୨୦୨୩ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ, ମାର୍ନସ ଲାବୁସେନଙ୍କ ସ୍ଵପ୍ନ ଭାଙ୍ଗିଲା ।

ଆବୁଧାବିରୁ ଆସି ଦିଲ୍ଲୀରେ ନିଖୋଜ ଖୋର୍ଦ୍ଧା ବାଲୁଗାଁର ରଞ୍ଜନ ସ୍ୱାଇଁ । ସାଙ୍ଗରେ ଆସିଥିବା ସହକର୍ମୀ କହିଲେ, ଦିଲ୍ଲୀରେ ହୋଇଥିଲା ଶେଷ ସାକ୍ଷାତକାର ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଏବଂ ହିନ୍ଦୁ ଧର୍ମ ସମ୍ବନ୍ଧରେ ନିଜ ମତ ରଖିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ମୋର ମୂଳ ଭାରତୀୟ ଏବଂ ମୋ ସ୍ତ୍ରୀ ଭାରତୀୟ। ଜଣେ ଗର୍ବିତ ହିନ୍ଦୁ ଭାବେ ମୋର ସର୍ବଦା ଭାରତ ଏବଂ ଭାରତର ଲୋକଙ୍କ ସହ ସମ୍ପର୍କ ରହିବ।

ଜି-୨୦ ସମ୍ମିଳନୀ: ବିଶ୍ଵନେତାଙ୍କ ସମ୍ମୁଖରେ ମାଣ୍ଡିଆର ଉପକାରିତା ବଖାଣିବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା ।

ବିଜେପି ଛାଡ଼ିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ।

କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ୨୦୨୪ରେ ସେ କଂଗ୍ରେସ ନୁହେଁ ବରଂ ଅନ୍ୟ କେଉଁ ଦଳରୁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ।ସଫଳ ହେଉ କି ବିଫଳ, ଅନ୍ୟ ଦଳରୁ ଲଢିବି ବୋଲି ମନ୍ମଥ କହିଛନ୍ତି ।

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।ବାଇଡେନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଭାରତ ଆସି ଜି୨୦ ବୈଠକରେ ଯୋଗେ ଦେବେ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ୍ କରାଯାଇଛି ।

ଜି-୨୦ ସମ୍ମିଳନୀରେ ଜିନପିଙ୍ଗ ଅନୁପସ୍ଥିତି ନେଇ ଜୟଶଙ୍କରଙ୍କ ପ୍ରତିକ୍ରିୟା, ନୂଆ କଥା ନୁହେଁ, ଭାରତର କୌଣସି ସମସ୍ୟା ହେବନି ।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଘରେ ବସିଲା ବୈଠକ ।

ସେପ୍ଟେମ୍ବର ୧୮ ତାରିଖରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ପୁରୁଣା ସଂସଦ ଭବନ‌ରେ ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ ଆରମ୍ଭ ହେବ। ତେବେ ଦିନକ ପରେ ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନକୁ ସଂସଦୀୟ କାର୍ଯ୍ୟ ସ୍ଥାନାନ୍ତର ହେବ ।  ।

ନାସାର ଚନ୍ଦ୍ର ଓ ମଙ୍ଗଳ ଅଭିଯାନ କାର୍ଯ୍ୟକ୍ରମର ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ ଇଞ୍ଜିନିୟର ଅମିତ କ୍ଷତ୍ରିୟ ।

ଦେଶର ନାଁ ଭାରତ ନାମକରଣକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବଲିଉଡ୍‌ର ଖିଲାଡ଼ି କୁମାର ବି ଏହି ବିବାଦ ଭିତରକୁ ଚାଲି ଆସିଛନ୍ତି। ସେ ତାଙ୍କ ଅପ୍‌କମିଂ ଫିଲ୍ମର ନାଁ ପରିବର୍ତ୍ତନ କରି ‘ମିଶନ ରାଣୀଗଞ୍ଜର ଦ ଗ୍ରେଟ୍ ଭାରତ ରେସ୍‌କ୍ୟୁ’ କରି ଦେଇଛନ୍ତି। ଏହା ପୂର୍ବରୁ ଫିଲ୍ମର ନାଁ ଥିଲା ମିଶନ ରାଣୀଗଞ୍ଜ ଦ ଗ୍ରେଟ ଇଣ୍ଡିଆନ ରେସ୍‌କ୍ୟୁ।

ହଲଦୀରାମରେ ୫୧ ପ୍ରତିଶତ ଅଂଶଧନ କିଣିବାକୁ ଟାଟାର ଖଣ୍ଡନ, ‌ସେୟାର ବଜାରକୁ ସ୍ପଷ୍ଟ କଲା ଗ୍ରୁପ୍‌ ।

ଦେଶରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପାଇଁ ୩ ହଜାର ୭୬୦ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ର ଅନୁମୋଦନ ।

ଭାରତ-ପାକିସ୍ତାନ ସିରିଜ୍ ଏବେ ସମ୍ଭବ ନୁହେଁ, ବିସିସିଆଇ କହିଲା ନିଷ୍ପତ୍ତି ସରକାର ନେବେ ।

ଚଳିତ ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟ ବୁଧବାର ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ସହଜରେ ବିଜୟୀ ହୋଇଛି ଆୟୋଜକ ପାକିସ୍ତାନ ।

ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ, ୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ ।

ମଣିପୁରରେ ସେନା ବ୍ୟାରିକେଡ୍ ହଟାଇବାକୁ ଯାଇ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ: ୫୦ ଆହତ ।
ସୁପ୍ରଭାତ ,ଶୁଭ ସକାଳ ।