March 12, 2026

ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ — ବ୍ୟାଙ୍କିଙ୍କ ସେବା

IMG-20250807-WA0005
Share

 

 

ଗଞ୍ଜାମ=ପ୍ରଦିପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅଧିନସ୍ତ ଖଣ୍ଡଦେଉଳୀ ଗ୍ରାମ ର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହ ରେ ହୁମା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା l ଏଥିରେ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବ୍ୟାଙ୍କିଙ୍କ ସେବା ବର୍ତମାନ ଘରେ ବସି ବ୍ୟାଙ୍କ ସେବା ପାଇପାରିବେ ବୋଲି ମତ ବ୍ୟକ୍ତ କରିଥିଲେ l ସିଡିଓ ରାହୁଲ କାନ୍ତ,ଏସବିଆଇ ଆଞ୍ଚଳିକ ପ୍ରlବନ୍ଧକ ଶ୍ୟାମ ସୁନ୍ଦର ଠାକୁର, ଏଲ ଡ଼ିଏମ ହିମାଞ୍ଚଳ ବେହେରା ,ଏସବିଆଇ ସିଏମ ହରିକ୍ରିଷ୍ଣା ବେହେରା,ସ୍ଥାନୀୟ ସରପଞ୍ଚ ବୈରାଗୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଜନ ସୁରକ୍ଷା ଯୋଜନା ଅଧୀନରେ ସମସ୍ତ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନାରେ ଖାତା ଖୋଲିବା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା,ନିଷ୍କ୍ରିୟ ହୋଇଯାଇଥିବା ଆକାଉଣ୍ଟ ପୁନଃ କାର୍ଯ୍ୟକ୍ଷମ,ଡିଜିଟାଲ ଧୋକାବାଡ଼ି ଇତ୍ୟାଦି ଉପରେ ବିସ୍ତୃତ ଭାବେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ l ଏହି ଅବସରରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଓ ଜୀବନ ଜ୍ୟୋତି ଯୋଜନାରେ ଲାଭlର୍ଣିତ ହିତାଧିକାରୀ ମାନଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା l ହୁମା ଶାଖା ପରିଚାଳକ ପ୍ରଦୀପ ପରିଡା,ଆସ୍କା ଆରବିଓ ମ୍ୟାନେଜର ଦୁର୍ଯ୍ୟୋଧନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l