November 15, 2024

ଉମରକୋଟ ବ୍ଲକ ଅନ୍ତର୍ଗତ ତେଲ ନଦୀ ରୁ ଅଚିହ୍ନା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଧେହ……………

Share

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସୀ ଗାଁ ନିକଟ ରେ ଥିବା ତେଲ ନଦୀ ରୁ ଜଣେ ଅଚିହ୍ନା ବ୍ୟକ୍ତି ଙ୍କ ଶବ ଉଦ୍ଧାର ହେଇଛି। ମୃତ ବ୍ୟକ୍ତି ର ରକ୍ତାକ୍ତ ଅବସ୍ଥା ଓ ପାରିପାର୍ଶ୍ବିକ ଅବସ୍ଥା ଦେଖିଲେ ହତ୍ୟା ସନ୍ଧେହ କରା ଯାଉଛି। ଯାହାକୁ ନେଇ ସମଗ୍ର ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହେଉଛି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ଏବଂ କୁର୍ସି ରାସ୍ତା ମଧ୍ୟରେ ଥିବା ତେଲ ନଦୀ ପୋଲ ତଳେ ଜଣେ ଅଚିହ୍ନା ବ୍ୟକ୍ତି ଙ୍କ ମୃତ ଦେହ ପଡ଼ି ରହିଥିବା କୁର୍ସି ଗ୍ରାମ ର କିଛି ଯୁବକ ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ l ଉକ୍ତ ଖବର ଆଖି ପିଛୁଳାକେ ସାରା ଅଂଚଳ ରେ ବ୍ୟାପି ଯାଇଥିଲା ଫଳରେ ଘଟଣା ସ୍ଥଳରେ ଜନଗହଳି ମଧ୍ୟ ହୋଇଥିଲା ପରବର୍ତ୍ତୀ ସମୟରେ ଉକ୍ତ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣେଇବା ପରେ ସରପଞ୍ଚ ମହୋଦୟ ଉମରକୋଟ ପୋଲିସ କୁ ଖବର ଦେଇଥିଲେ l ଖବର ପାଇବା ସଙ୍ଗେ ଉମରକୋଟ ଥାନା ଆଇଆଇସି ଡମ୍ବରୁ ଧର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସାଙ୍ଗ ରେ ସ। ଇ ଣ୍ଟ ଫିକ ଟିମ ମଧ୍କଯ ପହଞ୍ଚି ଥିଲେ। ଶବ ର ମୁଣ୍ଡ ଓ ଥଡି ରେ ଆଘାତ ହେବ। ସହ ରକ୍ତ ବୋହୂ ଥିଲା। ବେକ ଓ ପାଟି ରେ ଗାମୁଛା ରେ ଜୋର୍ ରେ ବାନ୍ଧି ଦିଆ ଯାଇଥିଲା। କୁଳ ରେ ଏକ ରକ୍ତ ଭିଜା ପଥର ପଡ଼ି ଥିଲା। ତେବେ ଏ ସବୁ ଦେଖିବା ପରେ ଜଣା ପଡ଼ୁଛି ଯେ ପ୍ରଥମେ ହତ୍ୟା କରାଯାଇଛି ଓ ପରେ ନଦୀ ଭିତର କୁ ପେଲି ଦିଆ ଯାଇଛି। ଏପରି କି ନଦୀ ର ପିଲର ଉପରେ ରକ୍ତ ଲାଗିଥିବା ସ୍ଥାନୀୟ ବାସୀ କହିଛନ୍ତି। ପୋଲିସ ଶବ ଓ ରକ୍ତ ଭିଜା ପଥର କୁ ଜବତ କରିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ଓ କୁର୍ସୀ ସରପଞ୍ଚ ରତି ରାମ ମାଝୀ ଙ୍କ ଏତଲା କ୍ରମେ ଉମରକୋଟ ଥାନା ରେ ହତ୍ୟା ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ଡମ୍ବରୁ ଧର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଏପରି ଘଟଣା ଅଂଚଳ ରେ ପ୍ରଥମ ଥର ପାଇଁ ହେଇ ଥିବାରୁ ସମଗ୍ର ଅଞ୍ଚଳ ରେ କୋକୁଆ ଭୟ ଖେଳି ଯାଇଛି। ବର୍ତ୍ତମାନ ଜାଇ ଅଚିହ୍ନା ବ୍ୟକ୍ତି ର ପରିଚୟ ମିଳି ନାହିଁ।