June 21, 2026

ଉମରକୋଟ ଠାରେ ଜିଲ୍ଳା ସ୍ତରୀୟ ଭାରୋତ୍ତଳକ ଚାମ୍ପିଅନସିପ୍ ଅନୁଷ୍ଠିତ……..

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଠାରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଭାରୋତ୍ତଳକ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦଘାଟନୀ ଦିବସରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭାରତ୍ତୋଳନ ସଂଘ ସଭାପତି ସପନ ବୈରାଗୀ, ଉପସଭାପତି ମନୋଜ ପାଢୀ, ଅରୁଣ ସାନ୍ତା, ସମ୍ପାଦକ ଏମ୍. ବିଜୟ କୁମାର ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଉମରକୋଟ ପୌରାଧ୍ୟକ୍ଷା ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ପ୍ରତିନିଧି ରମେଶ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦୂର୍ଗା ପ୍ରସାଦ ମଲ୍ଲିକ, କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅଶୋକ କୁମାର ସାହୁ , ଚନ୍ଦନା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମୋଟ ୬ ଜଣ ପୁଅ ଏବଂ ଝିଅ ରାଜ୍ୟ ସ୍ତରୀୟ ଭାରୋତ୍ତଳକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ବେଳେ ସମସ୍ତଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ମନୋନୀତ ଭାରୋତ୍ତଳ ମୀନା ସାନ୍ତା, ମୀନା ସାନ୍ତା, ମନିତା ଭତ୍ରା, ମଞ୍ଜିତା କଲାର, ଭୂମିକା ପନକା, ଅରୁଣ ସାନ୍ତା ପ୍ରମୁଖ ଆସନ୍ତା ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଭାରୋତ୍ତଳକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ୭ ତାରିଖରେ ଯାତ୍ରା ଆରମ୍ଭ କରିବେ ବୋଲି ସୂଚନା ମିଳିଛି।