July 29, 2026

କୂଅ ସଫା କରିବା ସମୟରେ ଶ୍ରମିକ ଗୁରୁତର..

IMG-20260607-WA0045
Share

 

ଭଞ୍ଜନଗର(ସୁକାନ୍ତ କୁମାର ନାୟକ)ଭଞ୍ଜନଗର ସହର ହରିଜନ ସାହିରେ କୁଅ ସଫା କରିବା ପାଇଁ ଯାଇଥିବା ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।ଧୁମୁଛାର ଗ୍ରାମର ସିମାଞ୍ଚଳ ସ୍ୱାଇଁ (୨୫) ଅନ୍ୟ ଜଣେ ଶ୍ରମିକ ସହ ମିଶି କୁଅ ସଫା କରିବା ପାଇଁ ଯାଇଥିଲେ। କୁଅ ଭିତରେ ସଫା କରିବା ସମୟରେ ସିମାଞ୍ଚଳ ଅଣ ନିଶ୍ଵସି ହୋଇ ଗୁରୁତର ହୋଇପଡି ଥିଲେ। ଲୋକେ ତୁରନ୍ତ ଅଗ୍ନିଶମ ବାହିନିକୁ ଖବର ଦେଇଥିଲେ ଏବଂ ଅଗ୍ନିଶମ ବାହିନି ଆସି ସିମାଞ୍ଚଳ ଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି।ଅଗ୍ନିଶମ ବହିନିଙ୍କ ଠିକ ସମୟରେ ପହଞ୍ଚିବା ପାଇଁ ଗୋଟିଏ ଅମୁଲ୍ୟ ଜିବନ ବଞ୍ଚିପାରିଛି।ଅଗ୍ନିଶମ ବାହିନିର ଏହି କାର୍ଯ୍ୟ ପାଇଁ ଭଞ୍ଜନଗର ବାସି ଧନ୍ୟବାଦ ଜଣାଇଛନ୍ତି।ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ପରି କାମ କରିବା ବେଳେ ଅଧିକ ସତର୍କ ରହିବାକୁ ଅଗ୍ନିଶମ କର୍ମଚାରି ଶ୍ରୀ ସନାତନ ମହାପାତ୍ର ଲୋକଙ୍କୁ ସଚେତନ କାରାଇଥିଲେ।