ଗୋହତ୍ୟା କୁ ବିରୋଧ କରି ରାସ୍ତା ଅବରୋଧ କଲେ ଗ୍ରାମ ବାସି* *କଟା ଗୋମାଂସ ର ଅଂଶ କୁ ଜବତ କଲା ପୋଲିସ।..

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଇବ୍ରିସିଙ୍ଗ ପଞ୍ଚାୟତ ବଡ଼ମଠ ଠାରେ ଥିବା ମୁସଲିମ ସାହିରେ ଗୋରୁ ମାଂସ କଟା ହେଉଥିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଯାହାକୁ ନେଇ ହିନ୍ଦୁ ମୁସଲିମ ଙ୍କ ବିରୋଧରେ ଗଣ୍ଡଗୋଳ ଆରମ୍ଭ ହବା ସହ ସ୍ଥାନୀୟ ଗ୍ରାମ ବାସି ରାସ୍ତା ଅବରୋଧ କରିଥିଲେ।ଉକ୍ତ ସ୍ଥାନରେ ତିର୍ତ୍ତୋଲ ଥାନା ଅଧିକାରୀ ପହଂଚି କଟା ଯାଉଥିବା ଗୋମାଂସ ଯାଗାକୁ ଯାଇ ଗୋମାଂସ ର ଅଂଶବିଶେଷ କୁ ଜବତ କରିଥିଲେ।ମୁସଲିମ ମାନେ ଏକ ଗାତ କରି ଉକ୍ତ ଗୋମାଂସ ର ଅଂଶବିଶେଷ କୁ ରଖିବା ସହିତ ତାକୁ ପୋତି ଦେଇଥିଲେ।ପୋଲିସ ଉକ୍ତ ସ୍ଥାନରୁ ୪ ଜଣଙ୍କୁ ଉଠାଇ ନେଈ ପଚରାଉଚରା କରୁଥିବା ବେଳେ ବସ୍ତି ର ସର୍ଦ୍ଦାର ସେକ ଅବଦୁଲ ଜିରାନି କହିଛନ୍ତି ପୋଲିସ ଉକ୍ତ ଗୋମାଂସ କାଟିବାକୁ ପରାମର୍ଶ ଦେଇଛି ବୋଲି ଆମେ କାଟୁଛୁ। ତେବେ ଏଠି ପ୍ରଶ୍ନ ଉଠୁଛି ଏମାନଙ୍କୁ ସତରେ ପୋଲିସ ଏସବୁ କହିଛି ନାଁ ବଞ୍ଚିବା ପାଇଁ ସର୍ଦ୍ଦାର ଏମିତି ମିଛ କହିଛନ୍ତି ? ପାଖରେ ଜଗନ୍ନାଥ ମନ୍ଦିର ଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିବା ସହିତ ଦୋଷୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସବୁଦିନ ପାଇଁ ଏହି ଜାଗାରୁ ଗୋମାଂସ କାଟିବା ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ରିପୋର୍ଟ ଶାରଦା ପ୍ରସନ୍ନ ପରିଜା