March 11, 2026

ଗଞ୍ଜାମ ବ୍ଲକରେ ପାରମ୍ପରିକ ପିଠା ପ୍ରତିଯୋଗିତା

IMG-20250607-WA0020
Share

ଗଞ୍ଜାମ= ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ରେ ସୁଭଦ୍ରା ଶକ୍ତି ପକ୍ଷରୁ ପାରମ୍ପରିକ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଅତିଥି ଭାବେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ସିଡିପିଓ ସଲୀଳା ପ୍ରଧାନ, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ହୁମ୍ମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ,ମଲାଡ଼ ସରପଞ୍ଚ ମମତା ବେହେରା ରାମଗଡ଼ ସମିତି ସଭ୍ୟ ଗୀତାଞ୍ଜଳି ବେହେରା ପୋଇରାସି ସରପଞ୍ଚ ରବିନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ବ୍ଲକର ବିଭିନ୍ନ ପଞ୍ଚାୟତର 18 ଟି ଏସଏଚଜି ମହିଳା ଗୋଷ୍ଠୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ପୋଡ଼ପିଠା, ଆରିସା ପିଠା, ଚକୁଳି, ମାଣ୍ଡିଆ ବରା, ଲଡ଼ୁ, ଦହି ବରା ଆଦି ସ୍ଥାନ ପାଇଥିଲା l ଏହି ପ୍ରତିଯୋଗିତାରେ ଶୁଭଦୃଷ୍ଟି ଏସଏଚଜି ଗ୍ରୁପର ମାଣ୍ଡିଆରେ ନିର୍ମିତ ରସାବଳୀ ଲଡ଼ୁ ପ୍ରଥମ ସ୍ଥାନ ପାଇଥିବା ବେଳେ ବନଦୁର୍ଗା ଏସଏଚଜି ଗ୍ରୁପ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା l ପ୍ରଥମ ସ୍ଥାନ ପାଇଥିବା ଗ୍ରୁପକୁ ପାଞ୍ଚ ହଜାର ଓ ଦ୍ୱିତୀୟ ସ୍ଥାନ ଗ୍ରୁପକୁ ଚାରି ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା l ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ବେହେରା, ବିପିଏମ ଜଳନ୍ଧର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l