September 11, 2026

ବୁଗୁଡ଼ା ଏନ୍ଏସିରେ ବିଜେଡିର ପ୍ରଚାର ଜୋରଦାର…

to6
Share


ବୁଗୁଡା : ତା ୦୭/୦୫/୨୪ : ସାଧାରଣ ନିର୍ବାଚନର ୫ମ ପର୍ଯ୍ୟାୟରେ ଆସନ୍ତା ମେ ୨୦ ତାରିଖ ଦିନ ଆସ୍କା ଲୋକସଭା ଏବଂ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ବୁଗୁଡା ଏନ୍ଏସିରେ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରାଙ୍କ ସମେତ ବିଭିନ୍ନ ଓ୍ବାର୍ଡର କାଉନସିଲରମାନଙ୍କ ଦଳୀୟ କର୍ମୀଙ୍କ ଗହଣରେ ବିଭିନ୍ନ ଓ୍ବାର୍ଡର ପ୍ରତ୍ଯେକ ସାହିରେ ବୁଲି ଘରକୁ ଘର ଯାଇ ଭୋଟରଙ୍କୁ ପୋଲସରା ବିଧାନସଭା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଏବଂ ଆସ୍କା ଲୋକସଭା ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରୁଛନ୍ତି । ସ୍ଥାନୀୟ ବଳଦେବ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରି କାଦପଡା , ବାଗଦେବୀ ସାହି , ଓଡ଼ିଆ ସାହି , ରଘୁନାଥ ସାହି , କାର୍ଜି ସାହି , ଯାଦବ ସାହି , ପଥୁରିଆ ସାହି , ନୂଆଁ ସାହି , ଖଦାଳ ସାହି , ଅନ୍ଧାରିଆ ସାହି , ଟୁଣୁଟୁଣିଆ ସାହି , ଯାଦବ ସାହି, ନେଳିଆ ବନ୍ଧ ସାହି , ନବଗୁଞ୍ଜର ସାହି ବ୍ଲକ କଲୋନୀ., ମହୁଲିଆ ତୋଟା ସାହି ସମେତ ଅନ୍ୟ ସାହିଗୁଡ଼ିକୁ ପରିକ୍ରମା କରି ଭୋଟରଙ୍କୁ ଭୋଟଦାନ ନିମନ୍ତେ ନିବେଦନ କରୁଥିବା ଦେଖିବାକୁ ମିଳିଛି ।

You may have missed