ଆଜିର ଖବର
*ଖବର ଆଜିର*
ତାରିଖ ୦୭/୦୫/୨୦୨୩ ରବିବାର ।
ମହାମହିମଙ୍କ ଭାଷଣ ବେଳେ କଟିଗଲା ବିଜୁଳି: କିଟମିଟି ଅନ୍ଧାର ଭିତରେ ଅଭିଭାଷଣ ଜାରି ରଖିଥିଲେ ରାଷ୍ଟ୍ରପତି ।
ରାଷ୍ଟ୍ରପତି ଭାଷଣ ଦେବା ବେଳେ କଟିଗଲା ଲାଇଟ୍, ଜଣେ ନିଲମ୍ବିତ; କ୍ଷମା ମାଗିଲେ କୁଳପତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ । ସମାବର୍ତନ ଉତ୍ସବ ପାଇଁ ବିଦ୍ୟୁତ ଯୋଗାଇ ଦେଇଥିବା ଟାଟା ପାୱାର ତାର କିଛି ଭୁଲ୍ ନଥିବା କହିଛି । ସଭାସ୍ଥଳର ପ୍ୟାନେଲ ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦେବା ତାର ଦାୟିତ୍ୱ ଥିଲା, ବାକି କାମ ବିଶ୍ୱବିଦ୍ୟାଳୟର କହି ହାତ ଝାଡି ଦେଇଛନ୍ତିି ଟାଟା ପାୱାର କର୍ତୃପକ୍ଷ ।
ଡିଗ୍ରୀ ପାଇଗଲେ ସରି ଯାଏନି ଶିକ୍ଷାଗ୍ରହଣ ପ୍ରକ୍ରିୟା, ଏହା ନିରନ୍ତର: ରାଷ୍ଟ୍ରପତି ମୁର୍ମୁ ।
ମୁମ୍ବାଇକୁ ୬ ଓ୍ଵିକେଟ୍ରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ, ପଏଣ୍ଟ ଟେବୁଲରେ ଦ୍ଵିତୀୟକୁ ଉଠିଲା
କର୍ଣ୍ଣାଟକରେ ବିଜ୍ଞାପନକୁ ନେଇ କଂଗ୍ରେସକୁ ଘେରିଲେ ନିର୍ବାଚନ ଆୟୋଗ, କରପସନ୍ ରେଟ କାର୍ଡର ମାଗିଲେ ଜବାବ ।
୧୩ ଟଙ୍କିଆ ଷ୍ଟକ ପହଞ୍ଚିଲା ୧୧୦ ଟଙ୍କାରେ: ୭୪୦ ପ୍ରତିଶତ ବୃଦ୍ଧି, ନିବେଶକଙ୍କୁ ମିଳିଲା ବମ୍ପର ରିଟର୍ଣ୍ଣ ।
ଇତିହାସ ରଚିଲେ କିଙ୍ଗ କୋହଲି, IPLରେ ୭୦୦୦ ରନ କରିବାରେ ହେଲେ ପ୍ରଥମ ବ୍ୟାଟର ।
୫-ଟି ସ୍କୁଲ ରୂପାନ୍ତରଣର ପଞ୍ଚମ ଦିନ: ୩୨୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।
୧୯୫୩ ପରେ ପ୍ରଥମ : ଭବ୍ୟ ରାଜ୍ୟାଭିଷେକ ସହ ରାଜା ହେଲେ ଚାର୍ଲସ ତୃତୀୟ ।
ପେପରଲେସ କୋର୍ଟ ଲାଗୁ କରିବାରେ ପ୍ରଶଂସନୀୟ କାର୍ଯ୍ୟ କରିଛି ଓଡିଶା: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।
ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଦ କେରଳ ଷ୍ଟୋରୀ’ ଫିଲ୍ମ । ବହୁ ବାଦବିବାଦ ପରେ ମେ ୫ରେ ରିଲିଜ ହୋଇଛି ଫିଲ୍ମ ‘ଦ କେରଳ ଷ୍ଟୋରୀ’ ।
ନକଲି ୱେବସାଇଟ ଜରିଆରେ ତିରୁପତି ତିରୁମାଲା ଭକ୍ତଙ୍କୁ ଠକେଇର ପର୍ଦ୍ଦାଫାଶ, ମନ୍ଦିର ପ୍ରଶାସନର ଅଭିଯୋଗ ପରେ ୪୧ଟି ନକଲି ୱେବସାଇଟକୁ ବନ୍ଦ ।
ଜମ୍ମୁକାଶ୍ମୀର ରାଜୌରୀରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବରିଷ୍ଠ ସେନାଧିକାରୀଙ୍କୁ ଭେଟି କଲେ ସ୍ଥିତି ସମୀକ୍ଷା ।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୮ସୁଦ୍ଧା ଲଘୁଚାପ ରୂପ ନେବ, ୯ରେ ଅବପାତ ।
ଅଦିନିଆ ବର୍ଷା ପାଇଁ ଏସି, ଫ୍ରିଜ ବିକ୍ରି ମାନ୍ଦା ।
ରାଜ୍ୟ ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ।
ଫିଲିପ ସଲ୍ଟଙ୍କ ନିର୍ମମ ପ୍ରହାରରେ ଧରାଶାୟୀ RCB, ପ୍ଲେ ଅଫ ଦୌଡ଼ରେ ତିଷ୍ଠିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ଚଳିତ ବର୍ଷରୁ ରାଜ୍ୟର ୧୦୬ଟି ହାଇସ୍କୁଲରେ ଖୋଲିବ ଦ୍ୱାଦଶ ଶ୍ରେଣୀ: ଗଣଶିକ୍ଷା ବିଭାଗର ପଦକ୍ଷେପ ।
ମୁଖତାର ଅନସାରୀ ସହଯୋଗୀ ଜୁଗନୁ ବାଲିଆ ଗିରଫ: ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା ।
ସୁପ୍ରଭାତ ,ଶୁଭ ସକାଳ ।