August 19, 2026

ହନୁମାନଙ୍କ ବିଗ୍ରହ ପ୍ରତିଷ୍ଟା ଅବସରରେ କଳସ ଯାତ୍ରା

IMG-20230507-WA0000
Share

 

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ଅଧିନସ୍ତ ଦାମୋଦରପୁର ଗ୍ରାମରେ ଶ୍ରୀ ସଙ୍କଟ ମୋଚନ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଟା

ନିମନ୍ତେ ଶନିବାରଦିନ ସହ ସହ ଶ୍ରଦ୍ଧାଳୁ ଭକ୍ତ ଙ୍କ ଦ୍ୱରା କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ ମାଗା ପଣ୍ଡା ଓ ଉମାକାନ୍ତ ତ୍ରିପାଠି ଯୋଗଦେଇ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିବା ପରେ ଋଷିକୁଲ୍ୟା ନଦୀରୁ କଳସରେ ଜଳ ସଂଗ୍ରହ କରି ପୂର୍ଣ୍ଣକୁମ୍ଭ ମୁଣ୍ଡ ରେ ଧାରଣ କରି ବାଦ୍ୟ ବାଜଣା ସହକାରେ ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପ ଅଭିମୁଖେ ବହୁସଂଖ୍ୟାରେ ଗ୍ରାମ୍ୟ ମହିଳା ଓ ପୁରୁଷ ମାନେ ଯାତ୍ରା କରିଥିଲେ l କର୍ତ୍ତା ଭାବେ ପ୍ରମୋଦ କୁମାର ବେହେରା ଶସ୍ତ୍ରିକ ଦେବକାର୍ଯ୍ୟ ସମ୍ପାଦନ କରୁଛନ୍ତି l

ଶନିବାର ଅଙ୍କୁରାରୋପଣ,ମଣ୍ଡଳ କରଣ,ନାମଯଜ୍ଞ, ଅଧିବାସ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି l

ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସୁପରିଚାଳନା କରୁଥିବା ଦେଖିବାକୁ ମିଳିଛି l ଆସନ୍ତା ସୋମବାର କାର୍ଯ୍ୟକ୍ରମ ସମାପନ ହେବା ନେଇ ଗ୍ରାମବାସୀ ସୂଚନା ଦେଇଛନ୍ତି l ଉକ୍ତ ଦେବକାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l