ଉମରକୋଟ ବାଣ ଗୋଦାମ ଉପରେ ପୋଲିସର ଚଡ।ଉ , ଲକ୍ଷାଧିକ ଟଙ୍କାର ବାଣ ଜବତ, ୨ ଅଟକ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ ୨ ଜଣ ବ୍ୟବସାୟୀ ଙ୍କ ଗୋଦାମ ଉପରେ ଚଡ଼ାଉ କରି ସେଠାରୁ ଲକ୍ଷ।ଧିକ ଟଙ୍କାର ବାଣ ଜବତ କରିବା ସହ ୨ ଜଣ ମାଲିକ ଙ୍କୁ ଆଣି ଥାନା ରେ ଅଟକ ରଖିଥିଲା। ମିଳିଥିବା ସୂଚନା ଅନୁଯାୟୀ ଏହି ୨ ଗୋଦାମ ରେ ବେନିୟମ ଭାବେ ବ।ଣ ଗଚ୍ଛିତ ଥିବା କୌଣସି ସୂତ୍ର ରୁ ଖବର ପାଇଁ ଉମରକୋଟ ପୋଲିସ ଏହି ୨ ଗୋଦାମ ଉପରେ ଚଡ।ଉ କରିଥିଲା। ଏହି ୨ ବାଣ ଗୋଦାମ ୟୁଭି ୩ ଡଙ୍ଗରୀଗୁଡା ଓ ଡିଏନକେ ଠାରେ ଥିଲା। ତେବେ ପୋଲିସ ଏହି ୨ ଗୋଦାମରୁ ଲକ୍ଷ।ଧିକ୍ ଟଙ୍କ।ର ବାଣ ଜବତ କରିବା ସହ ୨ ବ୍ୟବସାୟୀ ବିଜନ ମଲ୍ଲିକ ଓ ପ୍ରତାପ ଚନ୍ଦ୍ର ସାହା ଙ୍କୁ ଉଠାଇ ଉମରକୋଟ ଥାନାକୁ ଆଣି ଅଟକ ରଖିଛି। ଏହି ୨ ବ୍ୟବସାୟୀ ଙ୍କ ନାଁରେ ପୋଲିସ ଅଲଗା ଅଲଗା ମୋକଦ୍ଧମା ରୁଜୁ IBN ୩୭ରେ ନୋଟିସ ଦେଇ ଛାଡ଼ି ଦେଇଛି। ତେବେ ଜବତ ଜବତ ବାଣ ର ମୂଲ୍ୟ ଲକ୍ଷ।ଧିକ୍ ଟଙ୍କ। ହେବ ଓ ବର୍ତ୍ତମାନ ସୁଦ୍ଧା ଏହାର ବଜାର ମୂଲ୍ୟ ଆକଳନ କରାଯାଇନାହିଁ
ବୋଲି ଏହାର ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀ ତଥା ପୋଲିସ ସବ ଇନ୍ସପେକ୍ଟର ଅକ୍ଷୟ କୁମାର ସୂଚନା ପ୍ରଦାନ କରିଛନ୍ତି।
