ଉମରକୋଟ ନିକଟସ୍ଥ ଭାରତମାଳା ରାସ୍ତାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ୨ କାର ମୁହାଁ ମୁହିଁ ଧକ୍କା, ତିନି ମୃତ , ୫ ରୁ ଅଧିକ ଆହତ………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ – ରାୟପୁର – ବିଶାଖାପାଟଣା ନିର୍ମାଣଧୀନ ଭାରତମାଳା ରାସ୍ତାରେ ଏକ ବଡ ଧରଣର ମର୍ମତୁନ୍ତ ସଡ଼କ ଦୁର୍ଘଟଣା ଘଟି ଯାଇଛି ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ରୁ ଅଧିକ ଗୁରୁତର ହେଇ ଯାଇଛନ୍ତି।ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ନିକଟବର୍ତୀ ବଡ଼କୁମାରୀ ଗ୍ରାମ ନିକଟ ଦେଇ ଯାଇଥିବା ଭାରତମାଳା ରାସ୍ତାରେ। ମିଳିଥିବା ସୂଚନା ଅନୁଯାୟୀ ଝରିଗାଁ ଥାନା ଅନ୍ତର୍ଗତ ଚିତାବେଡ଼। ଗ୍ରାମ ଠାରେ ଝରିଗାଁ ବ୍ଲକର ବିଶିଷ୍ଟ ଠିକାଦାର ଶିବ ଶତପଥୀଙ୍କ ପୁଅର ବ୍ରତ ଥିଲା। ଭୋଜି ଖାଇସାରିବା ପରେ ଶିବ ଙ୍କ ପରିବାର ର ଲୋକେ ଏକ କାର ଯୋଗେ ୫ ପରିବାର ଗୋଟିଏ କାର ରେ କୋରାପୁଟ ରୁ ସୁନାବେଡ଼ା ଯାଉଥିଲେ। ଅନ୍ୟ ଏକ କାରଟି କଳାହାଣ୍ଡି ମଟେରରୁ,ରାଇଘର ହଳଦୀ ଗ୍ରାମକୁ ବାହାଘରେ ଯୋଗ ଦେବାକୁ ଯାଉଥିଲା । ତେବେ ଯେଉଁ କ।ର ସୁନାବେଡ଼ା ଯାଉ ଥିଲା ସେହି କାର ରେ ୫ ଜଣ ଥିଲେ ଯେଉଁଥିରେ କି ୩ ଜଣ ଙ୍କ ମୃତୁ ଘଟିଲା । ମୃତକ ମାନେ ହେଲେ କୋରାପୁଟ ଜିଲ୍ଲା ସୁନାବେଡା ଅଂଚଳ ର। ସମ୍ପର୍କରେ ଅଜା ଅରୁଣ କୁମାର ପଣ୍ଡା (୬୫), ନାତି ଆଶୁତୋଷ ରଥ (୧୦)ଓ ଭଣଜା ସୁବ୍ରତ ସତପଥୀ (୩୫) ଙ୍କ ମୃତ୍ୟୁ ହୋଇଛି।
