ବିଜେପି ସିଂହଦ୍ୱାର ମଣ୍ଡଳ ପକ୍ଷରୁ ବିଜେପି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l

ଗତକାଲି ସନ୍ଧ୍ୟାରେ ନୀଳାଚଳ ଆଶ୍ରମ ପରିସରରେ ସିଂହଦ୍ୱାର ମଣ୍ଡଳ ସଭାପତି ରାଜକିଶୋର ପଣ୍ଡାଙ୍କ ସଭାପତିତ୍ୱ ରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖା ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧୁସୂଦନ ସିଂହାରୀ, ମଣ୍ଡଳ ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ,ସନ୍ତୋଷ କୁମାର ନନ୍ଦ, ପୁରୁଷୋତ୍ତମ ଦାସ, ବୁଲୁ ନନ୍ଦ, ରାଧାରମଣ ସ୍ୱାଇଁ, ପ୍ରଦୀପ ପରିଡା, ନମିତା ଦାସ, ସ୍ୱରୂପା ମହାନ୍ତି, ଲୀନାରାଣୀ ଆଚାର୍ଯ୍ୟ, ହେମଲତା ମହାପାତ୍ର, କମଳିନୀ ପ୍ରଧାନ, ସୁଷମା ପ୍ରଧାନ, ପ୍ରମୋଦିନୀ ପ୍ରଧାନ, ରେଣୁବାଳା ପଟ୍ଟନାୟକ, ସୂର୍ଯ୍ୟ କୁମାର ପାଢ଼ୀ, ନାରାୟଣ ଦାସ, କମଳିନୀ ମହାପାତ୍ର, ଗଣେଶ ମହାପାତ୍ର, ରବିନାରାୟଣ ଦାସଙ୍କ ସହିତ ଶତାଧିକ କର୍ମୀ ରାଧାକୃଷ୍ଣଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ଏହି ସଭାରେ ବିଗତ ଦିନରେ ପାର୍ଟିର ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯିବା ସହିତ ଆଗକୁ କିଭଳି ଉନ୍ନତି ମୂଳକ କାର୍ଯ୍ୟ କରାଯିବ ସେଥିନେଇ ଆଲୋଚନା କରାଯାଇଥିଲା l ସଭାଶେଷରେ ସିଂହଦ୍ୱାର ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ