ବ୍ଲକ ସ୍ତରୀୟ ବର୍ଣ୍ଣବୋଧ ଉତ୍ସବ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ସୁରେଶ୍ୱରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବର୍ଣ୍ଣବୋଧ ଉତ୍ସବ ପାଳିତ ହୋଇଯାଇଛି |ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ପୂଜାରୀ ଙ୍କ ସଭାପତିତ୍ତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର ଯୋଗଦେଇ ବର୍ଣ୍ଣବୋଧ ର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ |ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଯୋଗଦେଇଥିବାବେଳେ ସିଆରସିସି ଶ୍ରୀଯୁକ୍ତ ବୁଦ୍ଧଦେବ ସା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ |ସିଆରସିସି ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ |ସିଆରସିସି ଶ୍ରୀଯୁକ୍ତ ଦୁର୍ଯୋଧନ ମେହେର, ଉମାକାନ୍ତ ମିଶ୍ର, ରିଚପାଲ ମେହେର ଉପସ୍ଥିତ ଥିବାବେଳେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ପରିଚାଳନା କମିଟି ସଭାପତି ଓ ସଦସ୍ୟ/ସଦସ୍ୟା ଯୋଗଦେଇଥିଲେ | ପରିଶେଷରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ବର୍ଣ୍ଣବୋଧ ବହି ପ୍ରଦାନ କରାଯାଇଥିଲା |