May 19, 2024

କାଳବୈଶାଖି ପ୍ରଭାବରେ ବର୍ଷା ଓ କୁଆପଥର ମାଡ , ଗରମରୁ ମିଳିଲା ଆଶ୍ବସ୍ତି

Share


ବୁଗୁଡା : ତା ୦୭//୦୪/୨୪ : ଏଇ କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହ ହେତୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା ବେଳେ ଆଜି ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା ଯୋଗୁଁ ବୁଗୁଡା ଅଞ୍ଚଳବାସୀଙ୍କୁ ଗରମରୁ ସାମାନ୍ୟ ଆସ୍ୱସ୍ତି ମିଳିଛି । ଅନ୍ଯପକ୍ଷରେ ଆଜିର କାଳବୈଶାଖି ପ୍ରଭାବରେ ବର୍ଷା ଓ ପବନ ବହିବା ସାଙ୍ଗକୁ କୁଆପଥର ମାଡ ହୋଇଥିଲା ବେଳେ ଅପରାହ୍ନ ସମୟରେ ରାତି ଭଳି ଅନ୍ଧକାର ହୋଇଯାଇଥିଲା । ପ୍ରବଳ ବେଗରେ ପବନ ବହିବା ଯୋଗୁଁ ରାସ୍ତା କଡସ୍ଥ ଅନେକ ଗଛର ଶାଖାପ୍ରଶାଖା ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା ଏବଂ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା । ବିଦ୍ଯୁତ୍ କାଟ ଯୋଗୁଁ ଚାରିଆଡ଼େ ଘନ ଅନ୍ଧକାର ଘୋଟିଥିଲା । ଏବେ ପବିତ୍ର ଦଣ୍ଡଯାତ୍ରା ଚାଲିଥିବାରୁ ବୁଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଦଣ୍ଡୁଆମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।