March 8, 2026

ଝଙ୍କଡ଼ ମା ଶାରଳାଙ୍କ ପୀଠରେ, ଜାତୀୟ ମାନବିକ ଅଧିକାର ସାମାଜିକ ପରିଷଦ ପକ୍ଷରୁ, ପରିଚୟପତ୍ର ପ୍ରଦାନ                                  

IMG-20260307-WA0030
Share

 

ତିର୍ତୋଲ ତା ୦୭/୦୩/୨୦୨୬

ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଜାତୀୟ ମାନବିକ ଅଧିକାର ସାମାଜିକ ନ୍ୟାୟ ପରିଷଦ, ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ, ଜିଲ୍ଲାର କାର୍ଯ୍ୟରତ ସମସ୍ତ ସଦସ୍ୟମାନଙ୍କୁ, ଗତ ଶୁକ୍ରବାରଦିନ, ଝଙ୍କଡ଼ ସାରଳା ଙ୍କ ପୀଠ ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବା ସହିତ, ପରିଚୟପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲା ସଭାପତି ତଥା ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ, ମାଆ ସାରଳା ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ, ଜିଲ୍ଲାର ପ୍ରାୟ ସତୁରି ରୁ ଉର୍ଦ୍ଧ୍ୱ ସଦସ୍ୟ ମାନଙ୍କୁ ମାଆଙ୍କର ଅଙ୍ଗବସ୍ତ୍ର, ପାଦୁକ, ଚନ୍ଦନ ସିନ୍ଦୁର, ବରିଷ୍ଠ ସେବାୟତ ଅଶୋକ କୁମାର ରାଉଳ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏଥିରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ରାଜ୍ୟ ଅଧ୍ୟକ୍ଷl ଡଃ ସ୍ବର୍ଣ୍ଣମୟୀ ରାଉତ, ରାଜ୍ୟ ମୁଖ୍ୟଉପଦେଷ୍ଟା ଡଃ ସୌଦାମିନୀ ଦାଶ, ରାଜ୍ୟ ଆଇନିପରାମର୍ଶଦାତା ଆଇନୀଜୀବି ସସ୍ମିତା ସାହୁ, ରାଜ୍ୟ ସାଧାରଣସମ୍ପାଦକ ହିମାଂଶୁ ମାନସିଂ, ପୁରୀଜିଲ୍ଲା ସଭାପତି ଜୟଶ୍ରୀ ପାତ୍ର ଓ ବୀଣା ଷଡ଼ଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ସଭାପତି ଦୀନବନ୍ଧୁ ନାୟକ ଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ପଦାଧିକାରୀ ମାନେ ଉପସ୍ଥିତ ରହି ପରିଚୟ ପତ୍ର ପ୍ରଦାନ କରିଥିଲେ l ସମାଜର ସବୁବର୍ଗ ର ଅବହେଳିତ ଲୋକମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରି ଆବଶ୍ୟକୀୟ ସେବା ଯୋଗାଇଦେବା ପରିଷଦର ପ୍ରତ୍ୟେକ ସଦସ୍ୟ ଙ୍କର ନୈତିକ ଦାଇତ୍ୱ ଓ କର୍ତ୍ତବ୍ୟ ବୋଲି କର୍ମକର୍ତ୍ତା ମାନେ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ l ଜିଲ୍ଲାର ସମସ୍ତ ସଦସ୍ୟ ମାନଙ୍କୁ ମାର୍ଗଦର୍ଶନ ସହିତ ନିର୍ଦ୍ଧାରିତ ନିୟମଗୁଡିକ ର ପାଳନ ନିମନ୍ତେ ଶପଥ ପାଠ କରାଯାଇଥିଲା l ଶେଷରେ ସମସ୍ତେ ମାଆ ସାରଳାଙ୍କର ଆଶୀର୍ବାଦ ଭିକ୍ଷା କରିବାପରେ, ନିକଟସ୍ଥ ବିଭୂତିକ୍ଷେତ୍ର ରେ ବାବା ଗୋରେଖ ନାଥ ଙ୍କ ଦର୍ଶନ କରି ଏଠାରୁ ବିଦାୟ ନେଇଥିଲେ l