March 8, 2026

ଗଜପତି:- “ସଖୀ ୱାନ ଷ୍ଟପ” କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

IMG-20260307-WA0028
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଆଇଏସ:ଆର:ଡି: ସଖୀ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଯେ , ମହିଳା ସଶକ୍ତିକରଣ , ମହିଳା’ଙ୍କ ଅଧିକାର ଓ ସମାଜରେ ସେମାନଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନ ମାଝୀ, ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜୁଭେନାଇଲ ଜଷ୍ଟିସ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ସଂସ୍କୃତି ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା ମଙ୍ଗରାଜ , ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଓଡ଼ିଶା ଜୀବିକା ମିଶନ) ଶ୍ରୀ ଟିମନ ବା , ଓଡ଼ିଶା ଜୀବିକା ମିଶନ ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ଟ୍ରାନ୍ସଜେଣ୍ଡର ସମୁଦାୟର ଜାସମିନ ସେଖ ଓ ମଧୁ ବରଡ଼ା , ଏବଂ ସକ୍ଷୀ ୱାନ୍ ଷ୍ଟପ୍ ସେଣ୍ଟର’ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଅନନ୍ୟା ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।

ମଞ୍ଚାସିନ ଅତିଥି ମାନେ ସମାଜରେ ମହିଳାଙ୍କ ଗୁରୁତ୍ୱ, ସମାନ ଅଧିକାର ଓ ମହିଳା ସୁରକ୍ଷା ପ୍ରଭୃତି ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟତଃ ଭାବେ ସେମାନେ କହିଥିଲେ ଯେ , ମହିଳା ସଶକ୍ତିକରଣ ବିନା ସମାଜର ସମ୍ପୂର୍ଣ୍ଣ ଉନ୍ନତି ସମ୍ଭବ ନୁହେଁ ଏବଂ ମହିଳାମାନେ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ ଓ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରି ସମାଜ ଗଠନରେ ମୁଖ୍ୟ ଭୂମିକା ନେଉଛନ୍ତି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ମାନେ ଓ ପାରଳାଖେମୁଣ୍ଡିର ବିଭିନ୍ନ ସାହିରୁ ଆସିଥିବା ମହିଳାମାନେ ଓ ସ୍ଥାନୀୟ ଲୋକମାନେ ମଧ୍ୟ ଯୋଗ ଦେଇଥିଲେ। ସେମାନଙ୍କୁ ମହିଳା’ଙ୍କ ଅଧିକାର , ସରକାରୀ ଯୋଜନା ଓ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ଦ୍ୱାରା ମହିଳାମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ମଧ୍ୟ ଅବଗତ କରା ଯାଇଥିଲା।

ସକ୍ଷୀ ୱାନ୍ ଷ୍ଟପ୍ ସେଣ୍ଟରର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ଭାବରେ ପରିଚାଳନା କରି ସଫଳ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ମହିଳା ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରା ଯାଇଥିଲା।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–