March 11, 2026

ମା ରାମଚଣ୍ଡୀ ଯୁବ ପରିଷଦ ଜଳଧର ପୁର ପକ୍ଷରୁ ୫ମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ….

toff
Share


ମା ରାମଚଣ୍ଡୀ ଯୁବ ପରିଷଦ ଜଳଧର ପୁର ପକ୍ଷରୁ ପଞ୍ଚମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।କଳା ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ଓ ଭାଇଚାରା ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ମା ରାମଚଣ୍ଡୀ ଯୁବ ପରିଷଦର ସଦସ୍ୟ ମାନେ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ଜଳଧରପୁର ଗ୍ରାମରେ ଥିବା ମା ରାମଚଣ୍ଡୀ ଯୁବ ପରିଷଦ ଜଳଧର ପୁର ପକ୍ଷରୁ ପଞ୍ଚମ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ମୁକ୍ତ ମଞ୍ଚ ନାଟକର ପଞ୍ଚମ ବାର୍ଷିକ ଚତୁର୍ଥ ରଜନୀରେ ପାରାଦ୍ଵୀପ ପୌରାଧକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରମିକ ନେତା ଗୋଲେଖ ଚନ୍ଦ୍ର ନାୟକ ଓ ବରନ୍ୟ ଅତିଥି ଭାବେ ନରେଶ କୁମାର ଭଟ୍ଟ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମା ରାମଚଣ୍ଡୀ ଯୁବ ପରିଷଦ ଜଳଧର ପୁରର ସଭାପତି ବିଭୁ ପ୍ରସାଦ ସାମଲ, ସଂପାଦକ ମହେନ୍ଦ୍ର ସାମଲ, ଉପଦେଷ୍ଟା ହରେକୃଷ୍ଣ ସ୍ବାଇଁ,ଉପସଭାପତି ଜୁମର ମହାପାତ୍ର ଓ ଯୁବ ପରିଷଦର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ନାଟ୍ୟ ପରିଚାଳନା କରିଥିଲେ ଦେବେନ୍ଦ୍ର ସାହୁ।ତେବେ ଏହି ପଞ୍ଚମ ବାର୍ଷିକ ଚତୁର୍ଥ ରଜନୀରେ ମା ଗୌରୀ କ୍ଲବ୍ ଭୁବନେଶ୍ୱର ବାଙ୍କୁଆଳ ଦର୍ଶକ ମାନଙ୍କ ପାଇଁ ମଞ୍ଚସ୍ତ କରିଥିଲା ଆଖି ତୁ କନ୍ଦେନା।ମାତ୍ର ଏହି ନାଟକ ଦେଖିବା ପାଇଁ ହଜାର ହଜାର ସଂଖ୍ୟାର ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଥିବା ବେଳେ ଆଗାମୀ ଦିନ ମାନଙ୍କରେ କିପରି ମା ରାମଚଣ୍ଡୀ ଯୁବ ପରିଷଦ ଜଳଧର ପୁର କିପରି ବଜାୟ ରଖିବ ସେଥିପାଇଁ ସଦା ସର୍ବଦା ସହଯୋଗ କରିବେ ବୋଲି ପାରାଦ୍ବୀପ ପୌରାଧକ୍ଷ ବସନ୍ତ କୁମାର ବିଶ୍ବାଳ ଓ ଶ୍ରମିକ ନେତା ଗୋଲେଖ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed