ରାୟଗଡରେ ୨୦୨୭ ଜନଗଣନାର ପ୍ରସ୍ତୁତିକାଳୀନ ବୈଠକ

ରାୟଗଡ଼, ତା: ୬/୦୨/୨୦୨୬:-(ସୁରେନ୍ଦ୍ର ମହାନ୍ତି )ରାୟଗଡ ଜିଲ୍ଲା ପରିଷଦ ସଭାଗୃହରେ ୨୦୨୭ ଜନଗଣନାର ପ୍ରସ୍ତୁତିକାଳୀନ ବୈଠକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ରାୟଗଡ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧକ୍ଷତା ଆୟୋଜିତ ହୋଇଥିଲା।
ଏହି ବୈଠକରେ ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା,ଶ୍ରୀ ସୁଜିତ କୁମାର ପ୍ରଧାନ, ସହାୟକ ନିର୍ଦ୍ଦେଶକ (ଜିଲ୍ଲା ନୋଡାଲ ଅଧିକାରୀ), ଜନଗଣନା ନିର୍ଦ୍ଦେଶକତ୍ୱ ଶ୍ରୀ ଏନ୍. ଗଣେଶ, ଏସ୍.ଆଇ. ଗ୍ରୁପ୍-II (ଜିଲ୍ଲା ପରିଚଳକ)ଙ୍କ ଦ୍ୱାରା ଜନଗଣନା ୨୦୨୭ ପାଇଁ ସରକାରଙ୍କ ଆଭି ଆଭିମୁଖ୍ୟ, ପ୍ରସ୍ତୁତି, ପଦକ୍ଷେପ, ପ୍ରକ୍ରିୟା ଉପରେ ବିଶେଷ ଆଲୋଚନା କରିଥିଲେ। ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ସାହୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର,ଅତିରିକ୍ତ ତହସିଲଦାର, ନିର୍ବାହୀ ଅଧକାରୀ ,ଜନଗଣନା ସହ ସଂପୃକ୍ତ କର୍ମଚାରୀ, ଉପସ୍ଥିତ ଥିଲେ ।
ଏହି ବୈଠକରେ ଜନଗଣନା କାର୍ଯ୍ୟର ସମସ୍ତ ଦକ୍ଷତା ଓ ପ୍ରଣାଳୀ ଉପରେ ଚର୍ଚ୍ଚା ହୋଇଛି। ଏହି ଜନଗଣନାରେ ଜିଲ୍ଲାରେ ପ୍ରମୁଖ ଜନଗଣନା ଅଧୂକାରୀ ଜିଲ୍ଲାପାଳ ରହି ସମସ୍ତ କାର୍ଯ୍ୟକ୍ରମର ସମ୍ନ୍ୱୟନ କରିବେ। ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଜନଗଣନା କାର୍ଯ୍ୟର ପ୍ରଶାସନିକ ନିରୀକ୍ଷଣ, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବରେ ସହାୟତା କରିବେ। ତହସିଲଦାର ସମେତ ଅନ୍ୟାନ୍ୟ ଅଧିକାରୀ ତଥ୍ୟ ସଂଗ୍ରହ ଓ ଯାଞ୍ଚ ପ୍ରକ୍ରିୟାରେ ସହାୟତା କରିବେ।
ଏହି ଜନଗଣନା ଭାରତର ୧୬ମ ଜନଗଣନା ଏବଂ ସ୍ୱାଧୀନତା ପରେ ୮ମ ଜନଗଣନା ଅଟେ। ସରକାରୀ ନୀତି, ଯୋଜନା ଓ ବିକାଶ କାର୍ଯ୍ୟକୁ ନିର୍ଦ୍ଦେଶ ଦେବା ପାଇଁ ଏହାର ତଥ୍ୟ ଅତ୍ୟନ୍ତ ଉପଯୋଗୀ। ଜନଗଣନା ଦୁଇ ପର୍ଯ୍ୟାୟରେ ହେବ, ପ୍ରଥମ ପର୍ଯ୍ୟାୟରେ (ଘର ତାଲିକାଭୁକ୍ତ ଘର ଗଣନା) ଘରର ଅବସ୍ଥା, ସୁବିଧା ଓ ସମ୍ପତ୍ତି ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଏହା ୩୦ ଦିନର କାର୍ଯ୍ୟକାଳରେ ୧୬ ଏପ୍ରିଲ୍ ୨୦୨୬ରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ଚଳିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ (ଜନସଂଖ୍ୟା ଗଣନା) ଜନସଂଖ୍ୟା, ବୟସ୍, ଆଦିବାସୀ/ଜନଜାତି, ଗର୍ଭଧାରଣ, ପ୍ରବାସ ଓ ଅର୍ଥନୀତି ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ହେବ। ଏହା ୯ରୁ ୨୮ ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ଚଳିବ, ଯେଉଁ ମାନେ ନିଜର ବ୍ୟକ୍ତିଗତ ତଥ୍ୟ ସଂଶୋଧନ କରିବାକୁ ଚାହିଁବେ ୧ରୁ ୫ ମାର୍ଚ୍ଚ ୨୦୨୭ ମଧ୍ୟରେ କରିପାରିବେ। ଜନଗଣନା ୨୦୨୭ ର ତଥ୍ୟ ତା ୧ ମାର୍ଚ୍ଚ ୨୦୨୭, ୦୦:୦୦ ଘଂଟିକା ରୁ ଗ୍ରହଣ କରାଯିବ।
ଏହି ଜନଗଣନାରେ ଓଡ଼ିଶାର କୋଡ୍ ୨୨ ଓ ରାୟଗଡ଼ାର କୋଡ୍ ୨୭ ଅଟେ। ଏହା ପାଇଁ ୯ଟି ସର୍କ୍ୟୁଲାର୍ ଜାରି ହୋଇଛି।ଡିଜିଟାଲ୍ ସରଞ୍ଜାମ ଓ ନୂତନ ପ୍ରଣାଳୀ ଏହି ଜନଗଣନାରେ ସାମିଲ କରାଯାଇଛି। ମୋବାଇଲ୍ ଆପ୍, ଜନଗଣନା ପରିଚାଳନା ଓ ନିରୀକ୍ଷଣ ପୋର୍ଟାଲ୍, ସ୍ୱୟଂ-ଗଣନା ଓ୍ୱେବ୍ ପୋର୍ଟାଲ୍, ଏଆଇ ଚାଟ୍ବଟ୍ ଓ ଓ୍ୱେବ୍ ଆପ୍ ଆଦି ବ୍ୟବହାର ହେବ। ଡିଜିଟାଲ୍ ସିଷ୍ଟମ୍ ଓ ସେଲ୍ଫ୍-ଇନୟୁମେରେସନ୍ ପୋର୍ଟାଲ୍ ମାଧ୍ୟମରେ ଏହି ଗଣନା ହେବା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି।
