April 24, 2026

ବାଲିଘାଟରେ କଂଗ୍ରେସ ନେତାଙ୍କୁ ଆକ୍ରମଣ ; ଥାନାରେ ମାମଲା ରୁଜୁ

IMG-20260107-WA0024
Share

 

ଦୀର୍ଘ ଦିନ ହେବ ଉକ୍ତ ବାଲିଘାଟରୁ ବେଆଇନ ବାଲି ଚୋରା ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଲାଗି ରହିଥିଲା । କଂଗ୍ରେସ ନେତା ରଜନୀକାନ୍ତ ପାଢ଼ୀ ଏହି ବେଆଇନ କାର୍ଯ୍ୟ ବିରୋଧରେ ସ୍ୱର ଉଠାଇ ଆସୁଥିଲେ ।

 

 

 

ଋଷିକୁଲ୍ୟା ନଦୀତଟ ବାଲିଘାଟରେ କଂଗ୍ରେସ ନେତାଙ୍କୁ ଆକ୍ରମଣ । ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିବାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀଙ୍କୁ କିଛି ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ରଜନୀକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଏହାକୁ ନେଇ ହିଞ୍ଜିଳିକାଟୁ ଥାନାରେ ଏକ ମାମଲା ରୁଜୁ ହୋଇଛି ।

 

 

ଦୀର୍ଘ ଦିନ ହେବ ଉକ୍ତ ବାଲିଘାଟରୁ ବେଆଇନ ବାଲି ଚୋରା ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଲାଗି ରହିଥିଲା । କଂଗ୍ରେସ ନେତା ରଜନୀକାନ୍ତ ପାଢ଼ୀ ଏହି ବେଆଇନ କାର୍ଯ୍ୟ ବିରୋଧରେ ସ୍ୱର ଉଠାଇ ଆସୁଥିଲେ । ଏହାକୁ ବନ୍ଦ କରିବା ଦାବିରେ ସେ ନିକଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରଶାସନ ପାଖରେ ଫେରାଦ ହେବାର ମାତ୍ର ୨୪ ଘଣ୍ଟା ନପୁରୁଣୁ ତାଙ୍କ ଉପରେ ଏହି ମାରାତ୍ମକ ଆକ୍ରମଣ ହୋଇଛି ।

 

 

 

ରଜନୀକାନ୍ତଙ୍କ ଅଭିଯୋଗ ଅନୁସାରେ, ବାଲି ମାଫିଆମାନେ ନିଜର କାରବାରରେ ବାଧା ଉପୁଜୁଥିବାରୁ ତାଙ୍କୁ ଟାର୍ଗେଟ କରି ଏପରି ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସ ରଜନୀକାନ୍ତଙ୍କ ଅଭିଯୋଗ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଗଞ୍ଜାମରେ ବେଆଇନ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଏହି ଘଟଣା ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।