ମା ଭଗବତୀ କଳା ନିକେତନ ର ୧୦ମ ବାର୍ଷିକ ଉତ୍ସବ ଓ ନ୍ରୃତ୍ୟ ମହୋତ୍ସବ …

ବାଲୁଗାଁ ବାଣପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମା ଭଗବତୀ କଳା ନିକେତନ ର ୧୦ମ ବାର୍ଷିକ ଉତ୍ସବ ଓ ମା ଭଗବତୀ ନ୍ରୃତ୍ୟ ମହୋତ୍ସବ
ବାଲୁଗାଁ ସ୍ଥିତ ଶ୍ରୀ ଉମା ମହେଶ୍ୱର କଲ୍ୟାଣ ମଣ୍ଡପ ଅଡିଟୋରିୟମରେ
ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସାରସ୍ଵତ ସଭାରେ ପରିଡ଼ା ପାଠାଗାର ତଥା ସାହିତ୍ୟ ସିନ୍ଦୁରା ର ସମ୍ପାଦକ ଗୋଲକ ବିହାରୀ ପରିଡ଼ା ପୈ।ରୋହିତ୍ୟ କରିଥିଲେ।ମୁଖ୍ୟ ଅତିଥି ଭାବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ମୁଖ୍ୟ ବକ୍ତା ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ର ଅଧ୍ୟାପକ ନିମାକାନ୍ତ ରାଉତରାୟ, ସମ୍ମାନିତ ଅତିଥି ଭାବେ ଗୈ। ର ମୋହନ ମହାନ୍ତୋ, ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ନ୍ରୃସିହ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଅଞ୍ଚଳରେ କଳା ଓ ସାଂସ୍କୃତିକ ପ୍ରଗତି ରେ ମା ଭଗବତୀ କଳା ନିକେତନ ର ଭୂମିକା ର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଉତ୍ସର୍ଗୀକୃତ ସାଧନା ପାଇଁ ନାଟ୍ୟକାର ଓ ନିର୍ଦ୍ଦେଶକ ଡ଼ଃ ସୁରେନ୍ଦ୍ରନାଥ ଦାସ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ଓଡ଼ିଶୀ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇ, ତବଲା ବାଦକ ଅର୍ଜୁନ ସାହୁ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ର ସମ୍ପାଦିକା ସଙ୍ଗୀତ ଗୁରୁ ବିଷ୍ଣୁ ପ୍ରିୟା ବାରିକ ବାର୍ଷିକ ବିବରଣୀ ପଠନ କରିଥିଲେ।ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ ଓ ଉଷାରାଣୀ ଖୁଣ୍ଟିଆ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଲଳିତକଳା ଶିକ୍ଷକ ତ୍ରିଲୋଚନ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ। ପରେପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଚିତ୍ତାକର୍ଷକ ନ୍ରୃତ୍ୟ,କଣ୍ଠ ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତ ପରିବେଷିତ ହୋଇ ଥିଲା।
