September 26, 2026

୭ମତମ ଶିକ୍ଷକ ସୌରଭ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ 

IMG-20250107-WA0045
Share

ବୁଗୁଡ଼ା : ତା ୦୭/୦୧/୨୫ : ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନ୍ଯାସ ପକ୍ଷରୁ ସପ୍ତମତମ ଶିକ୍ଷକ ସୌରଭ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନ୍ଯାସ ସଭାପତି ବିଶ୍ବମୋହନ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବିଇଓ ନୀଳମାଧବ ଷଡଙ୍ଗି , ସମ୍ମାନିତ ଅତିଥି ଭାବେ କେ.ନୀଳମାଧବ ଆଚାରୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଭାରପ୍ରାପ୍ତ ବିଡିଓ ତାପସ ରାଉତ, ଅବସରପ୍ରାପ୍ତ ବିଦ୍ୟାଳୟ ଉପପରିଦର୍ଶକ ପ୍ରଫୁଲ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ଯକାରୀ ସଭାପତି ହରେକୃଷ୍ଣ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ମିଶ୍ର, ଚନ୍ଦ୍ର ଶେଖର ଦାଶ , ଚନ୍ଦ୍ରମଣି ଗୌଡ, ଲମ୍ବୋଦର ମିଶ୍ର, ଘନଶ୍ୟାମ ବାରିକ, ନାରାୟଣ ଗନ୍ତାୟତ, ସୁବାସ ଚନ୍ଦ୍ର ପଟ୍ଟନାୟକ, ସୁବାସ ଚନ୍ଦ୍ର ମହାନ୍ତି, ଶ୍ଯାମ ସୁନ୍ଦର ନାୟକ, ସୁବାସ ଚନ୍ଦ୍ର ନାୟକ, ମଦନ ମୋହନ ଦୋରା, ପ୍ରଫୁଲ କୁମାର ଖାଡ଼ଙ୍ଗା, ଆର୍ତ୍ତତ୍ରାଣ ରଥ ପ୍ରମୁଖ ୧୩ ଜଣଙ୍କୁ ଶିକ୍ଷକ ସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥି ସହ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲିଖନ , ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ଗାନ ଓ ସାଧାରଣଜ୍ଞାନ ଆଦି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନନ୍ତ କର ବେଦପାଠ ଏବଂ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ବିବରଣୀ ପାଠ କରିଥିବା ବେଳେ ପରିଶେଷରେ ଉପସଭାପତି ବିପିନ ବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।