May 11, 2026

ଭଞ୍ଜନଗରେ ଚକରା ବିଷୋୟୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ   ପ୍ରତିଯୋଗିତା 

IMG-20250107-WA0043
Share

 

ଭଞ୍ଜନଗର, 7,1, 2025, ଆସନ୍ତା ୯ ଜାନୁଆରୀ ୨୦୨୫ ତାରିଖରେ ରାଜ୍ୟ ସ୍ତରୀୟ ବୀର ଚକରା ବିଷୋୟୀ ଜୟନ୍ତୀ ଉତ୍ସବ ପାଳନ ହେବାକୁ ଯାଉଛି। ସେହି କ୍ରମରେ ଆଜି ଭଞ୍ଜନଗର ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଙ୍କ ତତ୍ତ୍ଵାବଧାନରେ ଏବଂ ଭଞ୍ଜନଗର ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଏବଂ ଏବିଇଓ ଶ୍ରୀ ଗଜେନ୍ଦ୍ର କୁମାର ସେଠୀ ଙ୍କ ସହାୟତାରେ ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଆଜି ର ଏହି କାର୍ଯ୍ୟକ୍ରମରେ ଦୁଇଟି ବିଭାଗରେ ତିନୋଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବକୃତା ଓ ପ୍ରବନ୍ଧ ଲିଖନ ଦୁଇଟି ବିଭାଗରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଉଚ୍ଚ ବିଦ୍ୟାଳୟ, ହାୟରସେକେଣ୍ଡାରୀ ଓ ସିଟି ଛାତ୍ରଛାତ୍ରୀ ଏବଂ କଲେଜ୍ ସ୍ତରରେ ମୋଟ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ପଣ୍ଡା, ନେତାଜୀ ବିଷୋୟୀ, ସନ୍ତୋଷ କୁମାର ରଥ, କାଳୀ ଚରଣ ପରିଡା, କାଳୀ ଚରଣ ନାୟକ, ସୁନୀଲ କୁମାର ପାଣି ଓ ଶ୍ୟାମାପ୍ରସାଦ ମିଶ୍ର ଜର୍ଜ ରୂପେ କାର୍ଯ୍ୟ ତୁଲାଇଥିଲେ। ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ଓ ବିଇଓ ଅଫିସ୍ ତରଫରୁ ଚିନ୍ମୟ କୁମାର ଦାଶ ସହଯୋଗ କରିଥିଲେ। ପ୍ରକାଶ ଥାଉକି, ଦୁଇଟି ବିଭାଗ ରେ ପ୍ରତ୍ୟେକ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ଆସନ୍ତା ୯/୧/୨୦୨୪ ତାରିଖ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଜିଲ୍ଲା ସ୍ତରରେ ଯେଉଁ ମାନେ କୃତିତ୍ୱ ଅର୍ଜନ କରିବେ ସେହି ମାନଙ୍କୁ ସେହି ଦିନ ସଂଧ୍ୟାରେ ଭଞ୍ଜନଗର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଚକରା ବିଷୋୟୀ ଜୟନ୍ତୀ ପରିପ୍ରେକ୍ଷୀରେ ଏକ ସ୍ଵତନ୍ତ୍ର ଆଡ଼ମ୍ବରପୂର୍ଣ୍ଣ ବର୍ଣ୍ଣାଢ଼୍ୟ ଉତ୍ସବରେ ସମ୍ମାନୀତ କରାଯିବ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ