March 10, 2026

ନବରଙ୍ଗପୁର ଏମ.ପି ରମେଶ ଚନ୍ଦ୍ର ମାଝୀ ଙ୍କ ଉମରକୋଟ ସ୍ଥିତ ବାସଭବନ ରେ ବିଜେଡି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି…

jknhiuhl
Share

 

ଉମରକୋଟ:- ଏମ.ପି ରମେଶ ମାଝି ଙ୍କ ସହ ରାଜ୍ୟ ଉଠା ଜଳସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ ଅଧକ୍ଷା , ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଙ୍କ ରାଜ୍ୟ ପ୍ରତିନିଧି ପ୍ରକାଶ ମହାନ୍ତି, ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର ଙ୍କ ସହ ବହୁ ଦଳୀୟ ନେତା ଉପସ୍ଥିତ ରହିଥିଲେ । ଜିତେନ୍ଦ୍ର ଜେନା ଓ ସଲିମ ରାଠୋର ଙ୍କ ନେତୃତ୍ୱରେ ଆଜିର ମିଶ୍ରଣ ପର୍ବରେ ୧୫୦ ଜଣ ବିଜେଡିରେ ଯୋଗ ଦେଇଛନ୍ତି।ଉମରକୋଟର ମା ପେଣ୍ଡରାଣୀ ଖଲାସୀ ସଂଘର ସଭ୍ୟ ଓ ଉମରକୋଟ ପୌର ପରିଷଦ ର ବିଭିନ୍ନ ୱାର୍ଡର ଅନେକ ବ୍ୟକ୍ତି ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।ସମସ୍ତଙ୍କୁ ଏମପି ରମେଶ ଚନ୍ଦ୍ର ମାଝୀ ଉପଢୌକନ ଦେଇ ଦଳକୁ ସ୍ଵାଗତ କରିଛନ୍ତି। ଏହି ମିଶ୍ରଣ ଦ୍ଵାରା ଉମରକୋଟ ରେ ବିଜେଡି ଅଧିକ ଶକ୍ତିଶାଳୀ ହେବାସହ ଆଗାମୀ ନିର୍ବାଚନ ରେ ଏହା ଦଳ ପାଇଁ ସାହାଯ୍ୟ କରିବ ବୋଲି କହିଛନ୍ତି ଏମପି ରମେଶ ଚନ୍ଦ୍ର ମାଝୀ। ବର୍ତମାନ ବିଜେଡି ରେ ଯୋଗ ଦେବାପରେ ଆଗାମୀ ନିର୍ବାଚନରେ ବିଜେଡିର ପାର୍ଥି ଙ୍କୁ ଜିତାଇବାରେ ସାହାଯ୍ୟ କରିବୁ ବୋଲି କହିଛନ୍ତି ମିଶିଥିବା ଲୋକେ।ଆଜିର ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ଧଳ, କୈଳାଶ ନାୟକ,ବିରସିଂ ମାଝୀ ଙ୍କ ସହ ପ୍ରମୁଖ କର୍ମୀ ମାନେ ଯୋଗ ଦେଇଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)