April 24, 2026

ହାତୀ ସୁରକ୍ଷା ପାଇଁ ସଚେତନତା 

IMG-20251206-WA0060
Share

 

 

ବେଲଗୁଣ୍ଠା, ୦୬/୧୧, ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସେଣ୍ଟର୍ ଫର୍ ଏନଭରମେଣ୍ଟାଲ ଷ୍ଟଡିସ୍ ଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଇକୋ କ୍ଲବ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭଞ୍ଜନଗର ନିକଟସ୍ଥ ବୁଦୁଲି ଗ୍ରାମରେ ହାତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଇକୋ କ୍ଲବ୍ ଏବଂ ଏନାର୍ଜୀ କ୍ଲବ୍ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ନେତୃତ୍ୱରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଗ୍ରାମରେ ସଚେତନତା ଶୋଭାଯାତ୍ରା କରି ହାତୀଙ୍କ ସୁରକ୍ଷା ପାଇଁ ଜନ ସାଧାରଣଙ୍କୁ ସଚେତନ କରିଥିଲେ I ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭାରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଏସିଏଫ୍ ବିବେକ ଦାସ ଏବଂ ସମ୍ମାନିତ ଅତିଥି ରୂପେ ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିରାଜ ପ୍ରଧାନ, ବନପାଳ ବବୁଲ୍ ସେଠୀ, ବନରକ୍ଷୀ ମନୋଜ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ରହି ହାତୀ ସୁରକ୍ଷା ଦିଗରେ ଜନ ସାଧାରଣଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ ବେଆଇନ୍ ହୁକିଂ ଏବଂ ବିଦ୍ୟୁତ୍ ତାରକୁ ସୁରକ୍ଷା କରିବା ସହିତ ହାତୀର ସୁରକ୍ଷା କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ବୁଦୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed