September 21, 2024

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ତୃତୀୟ ଅବଦାନ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

Share

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଓ ଆଖ ପାଖ ଅଞ୍ଚଳରେ କଳାକାର ମାନଙ୍କୁ କାଳାର ବିକାଶ ଓ କାଳର ସମ୍ମାନ ନଜର ରଖି ଗଞ୍ଜାମ କଳା ସାଂସ୍କୃତିକ ପକ୍ଷରୁ ଆଗାମି

ଜାନୁୟାରୀ 26 ରେ ପରିବେଷଣ ହେବାକୁ ଯାଉଥିବା ସାମାଜିକ ନାଟକ କୁ ନେଇ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଶବର କୁମାର ତରାଇ ଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକ ରେ ଉତ୍ତମ ପାରିବାରିକ ନାଟକ ଚୟନ କରିବା ସହ ଯୁବ କଳାକାର ଙ୍କୁ ବିଭିନ୍ନ ଚରିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ନେଇ ଆଲୋଚନା ହୋଇଥିଲା l ନାଟକ କିପରି ମନୋରଞ୍ଜନ ଧର୍ମୀ ହୋଇ ଦର୍ଶକ ଙ୍କ ମନକୁ ଛୁଇଁ ପାରିବ ସମାଜ କୁ ସରକାର ଙ୍କ ବିଭିନ୍ନ ବାର୍ତ୍ତା ଲୋକଙ୍କୁ ପାଖରେ ପହଂଚିବ

ତାର ରୁପରେଖ କିପରି ହୋଇପାରିବ ସେ ସମ୍ପର୍କରେ ମତ ପ୍ରକାଶ ପାଇଥିଲା l

ସୁଧିର କୁମାର ପାଢ଼ୀ, ଉମାକାନ୍ତ ବେହେରା, ରାକେଶ କୁମାର ଦାସ, ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା, ନୀଳାଞ୍ଚଳ ବାରିକି, ନିରଞ୍ଜନ ପରିଡା, ଅକ୍ଷୟ କୁମାର ସ୍ୱାଇଁ, ବଟକୃଷ୍ଣ ରାଉଳ, ଅକ୍ଷୟ ପ୍ରଧାନ, ଅରୁଣ ରାଉଳ, ମୁଥୁନ ବାରିକି, ମନୋଜ କୁମାର ପଣ୍ଡା, ବିଷ୍ଣୁ କେଶରୀ ଦାସ,ବିଭୁ ପଣ୍ଡା ବିଭୁତି ପଲାଇ, ମନୋରଞ୍ଜନ ଜେନା, ପ୍ରମୁଖ ମଞ୍ଚ କର୍ମକର୍ତ୍ତା ଓ ସଦସ୍ୟ ବୈଠକ ରେ ଯୋଗ ଦେଇଥିଲେ l