September 21, 2024

ରାହାମା ସାରଳା ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

Share

ଜଗତସିଂହପୁର(ଆ.ପ୍ର) ଜିଲ୍ଲା କୁଜଙ୍ଗ ବ୍ଲକ ବ୍ୟବସାୟର ପେଣ୍ଠସ୍ଥଳ

ରାହାମା ଠାରେ ଥିବା ସାରଳା ମହାବିଦ୍ୟାଳୟ ପରିସରରେ ଯୁବ ଗୋଷ୍ଟିକୁ ଆକୃଷ୍ଠ କରିବା ଲାଗି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ କରିବା ସହ ଯୁବ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ କୁ ଉଦଘାଟନ କରି ଥିଲେ।ସାମ୍ନାନିତ ଅତିଥି

ମାନଙ୍କ ମଧ୍ୟରେ କୁଜଙ୍ଗ ବ୍ଲକ ଅଧକ୍ଷା ନିନାରାଣୀ ସାହୁ,ସାଇଲୋ ପଞ୍ଚାୟତର ସରପଞ୍ଚ ସରୋଜ କୁମାର ସେଠୀ,ସମାଜ ସେବୀ ତଥା ଆଡଭୋକେଟ ସୁନାକର ବେହେରା, ମହାବିଦ୍ୟାଳୟ ପରିଚାଳନା ପରିଷଦର

ସଭାପତି ବିଶ୍ୱେଶ୍ୱର ନନ୍ଦ ଯୋଗ ଦାନ କରିଥିଲେ ।

ଛାତ୍ର ଛାତ୍ରୀ ମାନେ ଉଚ୍ଚକୋଟୀର ହୃଦୟ ସ୍ପର୍ଶି ସଙ୍ଗୀତ ପରିବେଷଣ କରିଥିଲେ।

ବିଧାୟକ ସମ୍ବିତ ରାଉତରାୟ, ଅଧ୍ୟାପିକା ଅଧ୍ୟାପକ ଓ ସାଇଲୋ

ପଞ୍ଚାୟତ ସରପଞ୍ଚ ଙ୍କ ସଙ୍ଗୀତ ଓ ଯାତ୍ରା ସଂଳାପ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅତିଥି ମାନଙ୍କୁ ମନମୁଗ୍ଧ କରିଥିଲା। ଛାତ୍ର ଛାତ୍ରୀ ମାନେ ସଙ୍ଗୀତର ତାଳେ ତାଳେ ଝୁମିଥିଲେ। ଏହି କାର୍ଯ୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଯୁବକ ଯୁବତୀ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା

ଅନ୍ତର୍ନିହିତ ଗୁଣାବଳି ଓ କଳା ର ବିକାଶ କରିବା ସହ କର୍ମର ଲକ୍ଷ୍ ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ଦେଶକୁ ବିକାଶମୁଖି କରିବା ଯୁବ ଓଡିଶା ନବିନ ଓଡିଶା କାର୍ଯ୍ୟକର୍ମର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍

ବୋଲି ଅତିଥି ମାନେ ମତାମତ ରଖିଥିଲେ ।

ସାରଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ

ଏହି ସଭାରେ ସ୍ୱାଗତ ଭାଷଣ ରଖିବା ସହିତ ପୌରହିତ କରିଥିଲେ l

(ଜଗତସିଂହପୁର କୁଜଙ୍ଗ ରୁ ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ)