ସ୍ଵପ୍ନାଦେଶ ପରେ ମିଳିଲା ପାଣିରେ ଭାସୁ ଥିବା ପଥର,ଅଞ୍ଚଳରେ ଏବେ ଚହଳ

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ଅଦ୍ଭୁତ, ଆଶ୍ଚର୍ଯ୍ୟ,ବିସ୍ମୟ।ପାଣିରେ ଭାସୁଛି ପଥର।ମୋନ୍ଥା ପ୍ରଭାବ ରେ ବର୍ଷା ହେବା ଦ୍ଵାରା ଗଜପତି ରୁ ଆସୁଥିବା ମହେନ୍ଦ୍ର ତନୟା ନଦୀରେ ଭାଷି ଆସିଥିଲା ଅନେକ ପଥର ଖଣ୍ଡ। ହେଲେ ରାୟଗଡା ଜିଲ୍ଲା ଗୁଣପୁର ର ଭିମପୁର ନିକଟ ମାଛଡିଆ ନଦୀ ରେ ଗୋଟିଏ ପଥର ଖଣ୍ଡ ଭାସି ଆସି ଏକ ବାଲି ଶଯ୍ୟା ଉପରେ ଥିବା ଦେଖିବାକୁ ମିଳିଥିଲା।ଯାହାର ଓଜନ ପ୍ରାୟ ୮ ରୁ ୯ କେଜି ହେବ। ଏହି କଥା ବିଦ୍ୟୁତ ବେଗରେ ଖେଳି ଯିବା ପରେ ପାଖାପାଖ ଅଞ୍ଚଳ ର ବହୁ ଲୋକ ଦେଖି ପୂଜା କରି ଯାଉଛନ୍ତି।ତେବେ ଗତ ଗୁରୁବାର ଦିନ ଭିମପୁର ଗମାଙ୍ଗୋ ସାହିର ଇଶ୍ଵର ଶବର ଙ୍କୁ ସ୍ଵପ୍ନାଦେଶ ହୋଇଥିଲା।ଜଣେ ରୁଷି କହିଥିଲେ ଯେ ମହେନ୍ଦ୍ର ତନୟା ରେ ଗୋଟିଏ ପଥର ଅଛି ସେଠାକୁ ଯିବା ପାଇଁ। ଶୁକ୍ରବାର ସକାଳୁ ଇଶ୍ଵର ସେଠାକୁ ଯାଇ ସେହି ପଥର କୁ ସଂଗ୍ରହ କରି ଧୋଇବା ସହ ନଦୀ ରେ ପାଣିରେ ଭସାଇ ଥିଲେ।ପରେ ସେହି ପଥର କୁ ଘରେ ଆଣି ରଖି ହଳଦୀ, ସିନ୍ଦୁର ଦେଇ ପୂଜା କରୁଛନ୍ତି।ସତ୍ୟ ଯୁଗ ଆସିଗଲା କି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି।
