March 11, 2026

କୋଟପାଡ଼ କୋର୍ଟ ପରିସର ରେ ସର୍କିଟ କୋର୍ଟର ଶୁଭାରମ୍ଭ—

IMG-20251106-WA0053
Share

 

କୋରାପୁଟ(ହରିଶ କୁମାର ପଟ୍ଟନାୟକ)କୋରାପୁଟ ଜିଲ୍ଲା କୋଟପାଡ଼ କୋର୍ଟ ପରିସର ରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସର୍କିଟ କୋର୍ଟର ଶୁଭାରମ୍ଭ ହୋଇଯାଇଛି।ଜିଲ୍ଲା ଦୌରା ଜର୍ଜ ଶ୍ରୀ ପ୍ରଦୀପ କୁମାର ମହନ୍ତ ଙ୍କ କର କମଳରେ ଏହି କୋର୍ଟର ଶୁଭାରମ୍ଭ ହୋଇଥିବାର ଜଣାଯାଇଛି।ଏହି କୋର୍ଟ ସ୍ଥାପନ କରିବା ପାଇଁ ଓକିଲ ସଂଘର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ବହୁତ ଚେଷ୍ଟା କରିଛନ୍ତି ବୋଲି ଓକିଲ ବନ୍ଧୁ ମାନେ ସୂଚନା ଦେଇଛନ୍ତି। ଏହି ଶୁଭାରମ୍ଭ କାର୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପଙ୍କଜ କୁମାର ପାତ୍ର,ସୁଧୀର ଚନ୍ଦ୍ର ମହାନ୍ତି,ଘନ ଶ୍ୟାମ ବିଶୋଇ,ଲିଙ୍ଗରାଜ ନାୟକ, ଶଙ୍କର ପ୍ରସାଦ ପଣ୍ଡା,କିଶୋର ମିଶ୍ର, ଗୁପ୍ତ ବେହେରା,ଦୁର୍ଗା ନାୟକ, ଶ୍ରୀମନ୍ତ ପଣ୍ଡା ଙ୍କ ସମେତ ଏକାଧିକ ଓକିଲ ବନ୍ଧୁ ମାନେ ଉପସ୍ଥିତ ଥିଲେ।ଏହି ଅଞ୍ଚଳ ରେ ସର୍କିଟ କୋର୍ଟର ଆରମ୍ଭ ଫଳରେ ସ୍ଥାନୀୟ ଲୋକଙ୍କ ସୁବିଧାରେ କାର୍ଯ୍ୟ ହାସଲ କରିବା ସହ ଖର୍ଚ୍ଚାନ୍ତ ରୁ ରକ୍ଷା ପାଇ ପାରିବେ ବୋଲି ଆଲୋଚନା ହେଉଛି।