ଲହଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସହଯୋଗ କାର୍ଯ୍ୟକ୍ରମ
ବୁଧବାର ଦିନ ଲହଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତାବିରା ଅଂଚଳର ସୁପରିଚିତ ସମାଜସେବୀ ତଥା ଯୁବ ଡାକ୍ତର ଚିତ୍ତରଞ୍ଜନ ଜେନା ନିକ୍ଷୟ ମିତ୍ର ଭାବେ ୧୦ ଜଣ ଯକ୍ଷ୍ମା ରୋଗୀ ମାନଙ୍କୁ ପୋଷ୍ୟ ରୁପେ ଗ୍ରହଣ କରି ଚିକିସ୍ବାଧିନ ଥିଲା ସମୟ ରେ ତାଙ୍କର ପୁଷ୍ଟିକର ଖାଦ୍ୟ ର ସମସ୍ତ ଖର୍ଚ୍ଚ ବହନ କରିଥିଲେ | , ଉକ୍ତ କାର୍ଯକ୍ରମ ରେ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରବିନାରାଣ ମିଶ୍ର ,ଲହଣ୍ଡା ସରପଞ୍ଚ ଅର୍ଜୁନ ନାୟକ , ଯକ୍ଷ୍ମା ରୋଗ ଅଧିକାରୀ ପ୍ରଭାସ ରଥ , ଡକ୍ଟର ସୁଗତ ପ୍ରଧାନ , ଶିବାନନ୍ଦ ବୋହିଦାର୍ , ଦେବବ୍ରତ ରଥ , ବେଦବ୍ୟାସ ସେଠ୍ , ସୁଧୀର ଦାସ , ବିକାଶ ବେହେରା ଉପସ୍ଥିତ ଥିଲେ ।
।ସୁରେନ୍ଦ୍ର କଠାର,ବରଗଡ
