July 6, 2024

କୁକୁଡ଼ାଖଣ୍ତି ବ୍ଳକ ସ୍ତରୀୟ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ

Share

କୁକୁଡ଼ାଖଣ୍ତି ବ୍ଳକ ସ୍ତରୀୟ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ
କୁକୁଡ଼ାଖଣ୍ଡି,୬/୧୧(ପି.କୃଷ୍ଣମୂର୍ତ୍ତି ରିପୋର୍ଟ) କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ସତସଙ୍ଗ ବିହାରର ଚତୁର୍ଥ ପ୍ରତିଷ୍ଠା ଓ ପୂଜ୍ଯ ପାଦ ଶ୍ରୀ ଶ୍ରୀ ବାବାଇଦାଙ୍କ ଶୁଭ ଆଗମନି ସ୍ମୃତି ଉତ୍ସବ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ଯସୂଚୀ ଅନୁଯାୟୀ ବେଦ ମାଙ୍ଗଳିକ, ନହବତ, ଉଷା କୀର୍ତ୍ତନ, ପ୍ରାତଃ ବିନତି ପ୍ରାର୍ଥନା, ନଗର ସଙ୍କୀର୍ତ୍ତନ, ଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ ସତସଙ୍ଗ ସଦା ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଆସୁଥିବା ଆଶିଷ ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଙ୍କ ଭୁବନେଶ୍ୱର ଆସିଥିବା ମୁଖ୍ୟବକ୍ତ କୀର୍ତି ସୁନ୍ଦର କାମିଲା, ବ୍ରହ୍ମପୁର ହିମାଂଶୁ ଚୌଧୀରି , ଏମ୍ ଜଗନ୍ନାଥ,ପାଙ୍ଗା ଜଗନ୍ନାଥ ରୀତିକ, ବି.ପାର୍ଶୟା ରୀତିକ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଙ୍କ ଜୀବନୀ, ଏବଂ ସତସଙ୍ଗ ହେଉଛି ମଣିଷ ତିଆରି କାରଖାନା ଏବଂ ସତସଙ୍ଗ କୁ ମଣିଷ ଆସିଲେ ନିଶ୍ଚିତ ଭାବରେ ତାହାର ଚଳନୀ ରେ ପରିବର୍ତ୍ତନ ହୁଏ ବୋଲି ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାକା ରଘୁନାଥ, ପି.ଦେବରାଜ, ସୀମାଦ୍ରୀ, କେ.ସୁନୀଲ ପାତ୍ର, ପି.ରାମକୃଷ୍ଣ, କେ.ଦଣ୍ଡପାଣି, ଏସ.ସୁନୀଲ, କେ.ପ୍ରସାଦ ରାଓ, ପି.ମାଧବ ରାଓ, ଡ଼ି.ତାରେସୁ, ଭାଗିରଥି ସାହୁ, ସାଲା ଲଖଣ ପ୍ରମୁଖ ଉପସ୍ଥିତ ରହି ସତସଙ୍ଗ ଶେଷ ରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦବୋସ୍ତ ହୋଇଥିଲା ।

You may have missed