July 6, 2024

କାର୍ତ୍ତିକ ଦ୍ବିତୀୟ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ଭିଡ଼

Share

କାର୍ତ୍ତିକ ଦ୍ବିତୀୟ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ଭିଡ଼
ବୁଗୁଡ଼ା : ତା ୦୬/୧୧/୨୩ : ଧର୍ମ ମାସ କାର୍ତ୍ତିକର
ଦ୍ବିତୀୟ ସୋମବାରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ
ଚଳ ଚଞ୍ଚଳ ହୋଇ ଉଠିଛି । ବୁଗୁଡା ଅଞ୍ଚଳ ଓ ବାହାର ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଆଜିର ପ୍ରାତଃକାଳରରୁ ହିଁ
ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତମାନେ ପାହାଚ ଚଢି କିମ୍ବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ ଉପରିସ୍ଥ ପଞ୍ଚ ଶମ୍ଭୁଙ୍କ ଦର୍ଶନ ଲାଭ କରିଥିଲେ । ଶ୍ରଦ୍ଧାଳୁ ଭକ୍ତଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା । ଏଥିରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସଦସ୍ୟଗଣ ଏବଂସ୍ବେଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ପୋଲିସ ବାହିନୀ ଲୋକଙ୍କ ଭିଡ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ ଥିଲେ ।

You may have missed