July 6, 2024

ଭାରତ ସରକାରଙ୍କ ଦକ୍ଷତା ବିକାଶମନ୍ତ୍ରଣାଳୟ ଦ୍ବାରା ମହିଳା ବିୟୁଟି ପାଲର ତାଲିମ କେନ୍ଦ୍ର ଉଦଘାଟିତ

Share

ଭାରତ ସରକାରଙ୍କ ଦକ୍ଷତା ବିକାଶମନ୍ତ୍ରଣାଳୟ ଦ୍ବାରା ମହିଳା ବିୟୁଟି ପାଲର ତାଲିମ କେନ୍ଦ୍ର ଉଦଘାଟିତ ———
—- ମହିଳା ଓ ଯୁବତୀଙ୍କ ପାଇଁ ଖୁସି ଖବର । ଜନ ଶିକ୍ଷଣ ସଂସ୍ଥା ଜଗତସିଂହପୁର ଦ୍ଵାରା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ବଜାରରେ ଥିବା ହନୁମାନ ମନ୍ଦିର ନିକଟରେ ଡିଭାଇନ ମହିଳା ବିୟୁଟି ପାଲର ଠାରେ ଜଗତସିଂହପୁର ଜନଶିକ୍ଷଣ ସଂସ୍ଥା ଦ୍ୱାରା ମହିଳା ଓ ଯୁବତୀ ମାନଙ୍କୁ ବିନା ମୂଲ୍ୟରେ ପ୍ରଶିକ୍ଷଣ ଦେବାପାଇଁ ତାଲିମ କେନ୍ଦ୍ର ଆରମ୍ଭ ହୋଇଛି. ଉକ୍ତ ତାଲିମ କେନ୍ଦ୍ରର ଲକ୍ଷ ଗ୍ରାମାଞ୍ଚଳର ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ମହିଳା ମାନେ ଆତ୍ମ ନିର୍ଭରଶିଳ ଓ ଆର୍ଥିକ ସମସ୍ୟାର ସମାଧାନ କରାଯାଇପାରିବ। ଡିଭାଇନ ମହିଳା ବିଉଟି ପାଲରର ମାଲିକ ତଥା ଟ୍ରେନର ରାଜଶ୍ରୀ ମିଶ୍ର ଓ ସବିତା ମହାପାତ୍ର ଏହି ଦୁଇଜଣଙ୍କୁ ମହିଳା ତାଲିମ କେନ୍ଦ୍ରକୁ ପରିଚାଳନା ଓ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ପ୍ରଥମ ପର୍ଯ୍ୟାୟରେ ୨୦ ରୁ ୪୦ ଜଣ ମହିଳା ଓ ଯୁବତୀ ମାନଙ୍କୁ ନେଇ ସମୟ ସୀମା ଅନୁସାରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ତାଲିମ ତିନିମାସ ନେଲାପରେ ସେମାନଙ୍କୁ ପରୀକ୍ଷା ଦେବାକୁ ପଡ଼ିବ ।ପରୀକ୍ଷାରେ ପାସ୍ ହେଲେ ତାଲିମ କେନ୍ଦ୍ର ମାନଙ୍କରେ ପ୍ରଶିକ୍ଷଣ ଭାବେ ନିଯୁକ୍ତି କରାଯିବ ଓ ସେମାନେ ନିଜ ଅଞ୍ଚଳରେ ବିୟୁଟି ପାଲର ଦୋକାନ ଖୋଲି ଆତ୍ମନିର୍ଭରଶିଳ ହୋଇ ପାରିବେ।ଭାରତ ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ଵାରା ମହିଳା ମାନଙ୍କୁ ତାଲିମ୍ ପ୍ରମାଣ ପତ୍ର ପ୍ରଦାନ କରାଯିବ । କୁଜଙ୍ଗ ବଜାରରେ ଥିବା ଡିଭାଇନ ମହିଳା ବିୟୁଟି ପାଲର ଠାରେ ମହିଳା ଓ ଯୁବତୀ ମାନଙ୍କୁ ତାଲିମ ଆରମ୍ଭ ପୂର୍ବରୁ ଜଗତସିଂହପୁର ଜନ ଶିକ୍ଷଣ ସଂସ୍ଥା ର ନିର୍ଦ୍ଦେଶକ ଶ୍ରୀଯୁକ୍ତ କିଶୋର କୁମାର ସାମଲ ଏହି କେନ୍ଦ୍ର କୁ ପରିଦର୍ଶନ କରି ଚୟନ କରିବା ପରେ ତାଲିମ କେନ୍ଦ୍ର ରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା. ଏପରି କାର୍ଯ୍ୟକୁ ସମାଜ ସେବୀକା ଓ ଯୁବତୀ ଗଣ ବେଶ ପ୍ରଶଂସା କରିଛନ୍ତି।
(ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ୍ ଉପନ୍ତ ଓଡିଶା)

You may have missed