October 5, 2024
Share

*ଖବର ଆଜିର*
ତାରିଖ ୦୬/୧୧/୨୦୨୩ ସୋମବାର ।।

ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ ।

ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍‌ର ହମ୍‌ଲା: ବିସ୍ଫୋରଣରେ ଥରିଲା ଗାଜା, ୫୦ରୁ ଅଧିକ ମୃତ ।

ମୃତ୍ୟୁ ଭୟରେ ହମାସ ଯୋଦ୍ଧା ଆତଙ୍କିତ, ଆମ୍ବୁଲାନ୍ସରେ ସୀମା ପାର କରି ଇଜିପ୍ଟ ପଳେଇବାକୁ କରୁଛନ୍ତି ଯୋଜନା ।

ହିଂସା ଭିତରେ ସରିଲା ଛତିଶଗଡ଼ରେ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତାଙ୍କ ଜୋରଦାର କସରତ ।

ଜନ୍ମଦିନରେ ବିରାଟଙ୍କ ‘ବିରାଟ’ କୀର୍ତ୍ତିମାନ। ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବିରାଟ କୋହଲି। ଯେଉଁ ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିଲେ  ସେହି ଷ୍ଟାଡିୟମରେ ୪୯ମ ଶତକ କରିଛନ୍ତି ବିରାଟ।

ପ୍ରତିରକ୍ଷା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି: ସେନାରେ ମ୍ୟାଟରନିଟି ଲିଭ୍‌କୁ ନେଇ ହେବନି ଭେଦଭାବ, ସମସ୍ତଙ୍କୁ ମିଳିବ ସମାନ ଛୁଟି ।

ବାଲୁକା କଳାରେ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଖରାଦିନ ପରେ ଶୀତଦିନରେ ପୁଣି ଥରେ ଏଲନିନୋର ପ୍ରଭାବ, ଏବର୍ଷ ଶୀତ ଦିନେ ସ୍ବାଭାବିକ ଠାରୁ ଅଧିକ ଗରମ ଅନୁଭୁତ ହେବ ।

ପ୍ରକାଶ ହେବନି ଇସ୍ରୋ ମୁଖ୍ୟଙ୍କ ଆତ୍ମଜୀବନୀ, କେ ଶିବନ ଏବଂ ଚନ୍ଦ୍ରଯାନ-୨କୁ ନେଇ କରିଥିଲେ ବଡ଼ ଖୁଲାସା। ।

ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉତ୍ପାଦନ ପାଇଁ ବଡ ନିବେଶକୁ ସରକାର ମଞ୍ଜୁରୀ ଦେଇଛନ୍ତି। ସରକାର ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପାତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡ଼ିଆଇ) କୁ ମଞ୍ଜୁରୀ ଦେଇଛନ୍ତି।

ବାଲୁକା କଳାରେ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଦେଶରେ ବଢ଼ିଲା ବିଜୁଳି ବ୍ୟବହାର, ଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ୯.୪% ବୃଦ୍ଧି।

ଦିଲ୍ଲୀରେ ଲାଗୁ ହେଲା GRAP-4; ନିର୍ମାଣ କାର୍ଯ୍ୟ ଉପରେ ରୋକ, ଘରୁ କାମ କରିବାକୁ ପରାମର୍ଶ ।

ନେପାଳ ପାଇଁ ବନ୍ଧୁତ୍ୱର ହାତ ବଢାଇଲା ଭାରତ, ପଠାଇଲା ୧୦ କୋଟି ଟଙ୍କାର ରିଲିଫ ସାମଗ୍ରୀ ।

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ ସୁନୀଲ ନାରିନ ।

ମହାଦେବ ସମେତ ୨୨ ଆପ, ଓ୍ବେବସାଇଟକୁ ବେଆଇନ ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ପ୍ରତିବନ୍ଧକ ।

ବିହାରର ରାଜଧାନୀ ପାଟନାରେ ବନ୍ଦେ ଭାରତ, ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ୍‌କୁ ଉଡ଼ାଇ ଦେବାକୁ ଧମକ। ରାଜେନ୍ଦ୍ର ନଗର ଟର୍ମିନାଲ ଷ୍ଟେସନର ମ୍ୟାନେଜରଙ୍କ ନିକଟକୁ ଆସିଛି ଏପରି ଧମକପୂର୍ଣ୍ଣ ଚିଠି।

ସୁପ୍ରଭାତ ,ଶୁଭ ସକାଳ ।