October 7, 2024

ଶିକ୍ଷକ ଦ୍ଵିତୀକୃଷ୍ଣ ପାଇଲେ ” ବୃକ୍ଷ ପ୍ରେମୀ ସମ୍ମାନ – ୨୦୨୪ “

Share

 

ଭଞ୍ଜନଗର/ ବେଲଗୁଣ୍ଠା, ୬ ଅକ୍ଟୋବର: ଆଜି ଭଂଜନଗର ସହରର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ “ଲୋହରାଖଣ୍ଡି ସାହିତ୍ୟ ସଂସଦ” ର ୨୨ ତମ ପ୍ରତିଷ୍ଠା ଉତ୍ସବ ଏବଂ “ଆମ ଖବର” ୟୁ ଟ୍ୟୁବ୍ ଚ୍ୟାନେଲ ର ୪ ର୍ଥ ସ୍ଵନକ୍ଷତ୍ର ଦିବସ ଭଞ୍ଜନଗର ଆର୍ ଏମ୍ ସି ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମୁଦାୟ ୩ ଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ରେ ଉଦଘାଟନ୍ ଓ ସମ୍ବର୍ଦ୍ଧନା ପର୍ବ, ୨ୟ ପର୍ଯ୍ୟାୟରେ ଆଲୋଚନା ଚକ୍ର ତଥା ପୁସ୍ତକ ପାଠକାର୍ପଣ ଏବଂ ୩ୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ର କାର୍ଯ୍ୟକ୍ରମକୁ ଭଞ୍ଜନଗର ର ମାନ୍ୟବର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟାନ୍ୟ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ରହିଥିଲେ ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ତିଆଡି, ପ୍ରାକ୍ତନ ଅଧ୍ୟକ୍ଷ ତଥା ଲୋହରାଖଣ୍ଡି ସାହିତ୍ୟ ସଂସଦର ଉପଦେଷ୍ଟା ଶ୍ରୀ ବି ଗୋବିନ୍ଦ ରାଓ, ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ, ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ବେବର୍ତ୍ତା।

ଏହି ଅବସରରେ ସାହିତ୍ୟ, କଳା, ସଂସ୍କୃତି, ଲୋକକଳା, ଲୋକନୃତ୍ୟ, ସମାଜସେବା, ପ୍ରକୃତି ସଂରକ୍ଷଣ, ରକ୍ତ ଦାନ, କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ ଓ ଉଲ୍ଲେଖଯୋଗ୍ୟ କାର୍ଯ୍ୟକଳାପ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରକୃତି ସଂରକ୍ଷଣ, ବ୍ୟାପକ ବୃକ୍ଷ ଚାରା ରୋପଣ, ପରିବେଶ ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ “ବୃକ୍ଷ ପ୍ରେମୀ ସମ୍ମାନ -୨୦୨୪” ରେ ସମସ୍ତ ଉପସ୍ଥିତ ଅତିଥି ସମ୍ମାନୀତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ବିଶ୍ବମ୍ବର ଯେନା, ଅମରେନ୍ଦ୍ର ପଟ୍ଟନାୟକ, ବାବୁଲା ପ୍ରଧାନ, କଳ୍ପନା କୁମାରୀ ପ୍ରଧାନ, ଚିନ୍ମୟ କୁମାର ବେବର୍ତ୍ତା, ନାରାୟଣ ମହାରଣା, ନରେନ୍ଦ୍ର କୁମାର କର, ଜଗଦିଶ ପାଣିଗ୍ରାହୀ,କବି ସମ୍ରାଟ ମିଡ଼ିଆ କ୍ଲବ ର ସମସ୍ତ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା।

ଲୋହରାଖଣ୍ଡି ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା, କବି ସମ୍ରାଟ ମିଡ଼ିଆ କ୍ଲବ ର ସମସ୍ତ ସଦସ୍ୟ ଓ ଭଞ୍ଜନଗର ଅଞ୍ଚଳର ବହୁ ଶୁଭେଚ୍ଛୁ, ଜ୍ଞାନୀ, ଗୁଣୀ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟ ର ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପରିଚାଳନା ସଂପାଦିକା ଶ୍ରୀ ମତି ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ