April 29, 2026

ଟିକିରି ବନାଅଞ୍ଚଳ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନ 

IMG-20241006-WA0017
Share

ରାୟଗଡା ବନଖଣ୍ଡ ଅଧିନସ୍ଥ ଟିକିରି ବନାଅଞ୍ଚଳ ପକ୍ଷରୁ ବିଶ୍ୱ ବାନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନ ବନାଅଞ୍ଚଳ ଅଧିକାରୀ ଅନିଲ ପାଣିଗ୍ରାହୀ ଙ୍କ ତତ୍ୱାବଧାନ ରର ଅନୁଷ୍ଠିତ ହୋଇଯାଇଛି l ସ୍ଥାନିୟ ଟିକିରି ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଛାତ୍ର, ଶିକ୍ଷକ ଶିକ୍ଷୟତ୍ରୀ ଓ ଟିକିରି ବନାଅଞ୍ଚଳ ତ କର୍ମଚାରୀଙ୍କୁ ନେଇ ଟିକିରି ଉଚ୍ଚ ବିଦ୍ୟାଳୟ ଠାରୁ ଗୋକୁଳମୁଣ୍ଡା ହାଟ ପୋଡା ଦେଇ ଟିକିରି ବନାଅଞ୍ଚଳ ଅଧିକାରୀଙ୍କ ଅଫିସ ପର୍ଯ୍ୟନ୍ତ ଏକ ସଚେତନତା ରାଲି ପହଞ୍ଚିଥିଲା l. ସ୍ଥାନୀୟ ଅଂଚଳ ର ବିଭିନ୍ନ ଶିକ୍ଷନୁଷ୍ଠାନ ରୁ ପ୍ରାୟ 50 ଜଣ ଛାତ୍ର ଛାତ୍ରୀ ବାନ୍ୟଜନ୍ତୁ ରେ ସଂରକ୍ଷଣ ଓ ସୁରକ୍ଷା ନେଇ ରଚନା ପ୍ରତିଯୋଗିତା ରର ଭାଗ ନେଇଥିଲେ l. ଏହି କାର୍ଯ୍ୟକ୍ରମ କୁ ଟିକିରି ବନପାଳ ଡମ୍ବୁରୁ ସେନାପତି, ଶଙ୍କରଡା ବନପାଳ ଗୌତମ ପଣ୍ଡା, ଲେଲିଗୁମା ବନପାଳ ଏରକନ ଶବର ବନରଖି ଖଗେଶ୍ୱର ମାଝୀ, ଜଗତ ମୋହନ ସାହୁ, ମେନେକା ନାୟକ, ସବିତା କୁତୃକା, ପିଏନଜିଓ ଷ୍ଟାଫ ଓ ସ୍କ୍ୱାଡ଼ ସହଯୋଗ କରିଥିଲେ l ଟିକିରି ବନପାଳ ଡମ୍ବୁରୁ ସେନାପତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ