June 20, 2026

୬୯,ତମ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ।

IMG-20231006-WA0029
Share

୬୯,ତମ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ।
ଅସ୍ତରଙ୍ଗ,,୬୯ ତମ ବନ୍ୟ ପ୍ରାଣୀ ସପ୍ତାହ୨୦୨୩ ଉପଲକ୍ଷେ ,ଶୁକ୍ରବାର ଦିନ ବନ୍ୟପ୍ରାଣୀ ବନଖଣ୍ଡ ପୁରୀ ,ତରଫରୁ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଆନୁକୁଲ୍ୟରେ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପିର ଜାହାନିଆ ପୀଠ ନିକଟରେ ଥିବା,ଅନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇ ଯାଇ ଅଛି । ପିର ଜାହାନିଆ ବାନପାଳ ଶ୍ରୀ ବଳରାମ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଅସ୍ତରଙ୍ଗ ରେଞ୍ଜ ଅଧିକାରୀ,ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଏହି ସମାବେଶକୁ ଉଦଘାଟନ କରିଥିବା ବେଳେ,ସମ୍ମାନିତ ଅତିଥି ଥିଲେ,ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ପରିବେଶ କର୍ମୀ ବିଜୟ କୁମାର ଭଟ , ବନପାଳ,ବିରଜା ମହାପାତ୍ର, ପରିବେଶ ବିତ ବିଚିତ୍ରାନନ୍ଦ ବିଶ୍ଵାଳ । ବକ୍ତା ମାନେ,୧୯୭୨ ମସିହାରେ ଓଡ଼ିଶା ସରକାର ଙ୍କ ବନ୍ୟପ୍ରାଣୀ ସୁରକ୍ଷା ଆଇନ ପ୍ରଣୟନ ସହ, ବନ୍ୟ ଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଆଇନର ମୂଳ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିବା ସହ, ଅକ୍ଟୋବର ୨ ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳନ କରା ଯାଉଛି ବୋଲି ମତ ପ୍ରକାଶ କରିଥିଲେ । ଆହୁରି ମଧ୍ୟ,ଯେଉଁ ବନଜନ୍ତୁ ମାନେ ଜଙ୍ଗଲରେ ବସବାସ କରୁଛନ୍ତି,ସେମାନଙ୍କୁ ୫ ଭାଗରେ ବିଭକ୍ତ କରା ଜାଇ ସେମାନଙ୍କର ଜାତି ନିର୍ଦ୍ଧାରଣ କରାଯାଇ ଅଛି । ହାତୀ, ବାଘ, ଅଜଗର, ଭାଲୁ, କୃଷ୍ଣଶାର ମୁର୍ଗ, ଲଲଫନ,ଆଦି ଗୋଟିଏ ଜାତିର ହୋଇ ଥିବା ବେଳେ, ନୀଳ ଗାଈ,ଜଂଗଲୀ ଗାଈ, ହାଇନା, ,ପ୍ରଭୁତି ଆଉ ଗୋଟିଏ ଜାତି,ହରିଣ, ବାରହା,ବିଲୁଆ, ବଣ ବିରାଡ଼ି, ହେଟା ବାଘ ଏହା ଏକ ଜାତି,ଯେତେ ପକ୍ଷୀ ଗୋଟିଏ ଜାତି ସହ ଯେତେ ଉପକାରୀ ଯିବ,ଯଥା,କାଉ,ଗୁଣ୍ଡୁଚି ମୂଷା,ବାଦୁଡ଼ି ଆଦି ଗୋଟିଏ ଜାତିର ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ । ତେଣୁ କରି ସମସ୍ତ ଙ୍କର ମିଳିତ ସହଯୋଗ ରେ ପ୍ରାଣୀ ମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଜରୁରୀ ବୋଲି ସମ୍ମିଳିତ ଭାବେ ମତପ୍ରକାଶ ପାଇଥିଲା । ଜଙ୍ଗଲ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଆୟୋଜିତ ଏହି ସମାବେଶରେ,ବିଦ୍ୟାଳୟର ଛାତ୍ର ଛାତ୍ରୀ,ମହିଳା ଦଳ,ବନ ବିଭାଗର କର୍ମ କର୍ତ୍ତା,ବନ ସୁରଖ୍ୟା ସମିତି, ର ସଭ୍ୟଙ୍କ ସମେତ ପ୍ରାୟ ୨୦୦ ପ୍ରତିନିଧି ଯୋଗ ଦାନ କରିଥିଲେ ।

You may have missed