June 29, 2024

ବ୍ଲକସ୍ତରୀୟ “ମେରୀ ମାଟି, ମେରl ଦେଶ” କାର୍ଯ୍ୟକ୍ରମ ଉଦଘାଟିତ।

Share

ବ୍ଲକସ୍ତରୀୟ “ମେରୀ ମାଟି, ମେରl ଦେଶ” କାର୍ଯ୍ୟକ୍ରମ ଉଦଘାଟିତ।

ବୋଲଗଡ଼, ୦୬/୧୦(ଉପାନ୍ତ ଓଡ଼ିଶା) ଖୋର୍ଦ୍ଧା ଜିଲ୍ଲା ତରତୁଆସ୍ଥିତ ଇଣ୍ଡୋ ତିବ୍ବତୀୟାନ ବୋର୍ଡ଼ର ପୋଲିସ ଫୋର୍ସ ତରଫରୁ ଗୁରୁବାର ଦିନ ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ “ମେରୀ ମାଟି, ମେରl ଦେଶ”କାର୍ଯ୍ୟକ୍ରମ ଇଣ୍ଡୋ ତିବ୍ବତୀୟାନ ବୋର୍ଡର ପୋଲିସ ଫୋର୍ସ ବିଭାଗର କମାଣ୍ଡାର ନରେନ୍ଦ୍ର ସିଂହ ଓ଼ ସହକl ରି କମlଣ୍ଡର ବୀରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି।ଏହି ମେରୀ ମାଟି, ମେରl ଦେଶ” କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବୋଲଗଡ଼ ବ୍ଲକ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର ଯୋଗଦେଇ ଦେଶର ୭୫ବର୍ଷ ସାମ୍ବଶ୍ଚରୀକ ଉତ୍ସବ ଅଂଶ ସ୍ୱରୂପ ଦେଶ ମାତୃକାର ବୀର ସୁପୁତ୍ରମାନଙ୍କୁ ସ୍ୱାଗତ କରିଥିଲେ। ଆଜାଦିକ ଅମୃତ ମହୋତ୍ସବ ଉପଲକ୍ଷେ ମେରୀ ମାଟି ମେରାଦେଶ କାର୍ଯ୍ୟକ୍ରମରେ ବୀର ମାଟି ବୋଲଗଡ଼ ବ୍ଲକ ପରିସରସରୁ ମାଟି ସଂଗ୍ରହ କରି ଦିଲ୍ଲୀସ୍ଥିତ ଅମୃତ ବାଟିକାରେ ଏହି ମାଟି ସ୍ଥାନିତ କରାଯିବା ବୋଲି କମlଣ୍ଡର ସୂଚନା ଦେଇଥିଲେ ଓ଼ ବୋଲଗଡ଼ ବ୍ଲକର ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ କମାଣ୍ଡର ବୀରେନ୍ଦ୍ର ସିଂହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଜାତି,ଧର୍ମ ଓ଼ ବର୍ଣ୍ଣ ନିର୍ବିଶେଷରେ ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣ ଭାରତ ବର୍ଷର ସମସ୍ତ ବୀର ସୈନିକ ଓ଼ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ଭାରତ ମାତାର ସେବା କରିବା ସଙ୍ଗେସଙ୍ଗେ ଭାରତ ବର୍ଷର ଏକତା, ଅଖଣ୍ଡତଳ ଓ଼ ସୁରକ୍ଷା କରିବା ପାଇଁ ବ୍ଲକ ମଣ୍ଡଳ ଉର୍ନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର ସମସ୍ତ ଜନସାଧାରଣମାନଙ୍କୁ ପରାମର୍ଶ ଦେଇଥିଲେ। ଏହି
“ମେରୀ ମାଟି, ମେରl ଦେଶ” କାର୍ଯ୍ୟକ୍ରମରେ ବୋଲଗଡ଼ ବ୍ଲକ ସମସ୍ତ କର୍ମଚାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ, ମୁଖ୍ୟ କିରାଣୀ ଆଲୋକ କୁମାର ଜେନା, ଦେବ ପ୍ରସାଦ, ବୃନ୍ଦାବନ, ହରିହର ଓ଼ ଇଣ୍ଡୋ ତିବ୍ବତୀୟାନ ବୋର୍ଡ଼ର ପୋଲିସ ଫୋର୍ସର ଇନିସ୍ପେଟର ରାମଚନ୍ଦ୍ର ଚନ୍ଦ୍ର ମଲ୍ଲିକ,ମୁଖ୍ୟ କନେଷ୍ଟବଳ ତହିର ଅହମ୍ମଦ, କନେଷ୍ଟବଳ ଅନୁପ ସିଂହ, ମୁଖ୍ୟ କନେଷ୍ଟବଳ ରାଜ କିଶୋର ସ୍ୱାଇଁ, ଖୋଦ୍ଧା ଜିଲ୍ଲା ନେହୁର ଯୁବ କେନ୍ଦ୍ରର ସମାଜ ସେବୀ ରାଜେନ୍ଦ୍ର କୁମାର ପଣ୍ଡା ଓ଼ ନିହାର ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ। ପରିଶେଷରେ ଗ୍ରାମ୍ୟ ଜଳଯୋଗାଣ ଓ଼ ପରିମଳ ସଂସ୍ଥାର ସହାୟକ ବନବିହାରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।