ଉମରକୋଟ ବ୍ଲକ ଅଧିନ ଐତିହାସିକ ପୀଠ ପୋଡ଼ାଗଡ ଠାରେ ସ୍ଥାପିତ ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟ ରେ ଗୁରୁଦିବସ ପାଳନ କରାଯାଇଅଛି ……
ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ଓ ସଭାପତି ଶ୍ରୀଯୁକ୍ତ ଉର୍ଦ୍ଧବ ଚରଣ ନାୟକ ପୀଡ଼ା ଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ପୁରୁଷୋତ୍ତମ ଭତ୍ରାଙ୍କ ସମେତ ସମସ୍ତ ଗୁରୂଜି ଗୁରୁମାଙ୍କ ଉପସ୍ଥିତିରେ ଏକ ମନୋରମ ଭକ୍ତିପୂତ ପରିବେଶରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀମାନେ ଗୁରୁ ବନ୍ଦନା ଓ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ପ୍ରଥମେ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣ ଙ୍କ ପ୍ରତି ଛବିରେ ପୁଷ୍ପ ମାଲ୍ୟ ଅର୍ପଣ ଓ ସମସ୍ତ ଛାତ୍ର ଛାତ୍ରୀ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ,କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଗୁରୁଜୀ ଜଗଦୀଶ ଭତରା , ଗୁରୁ ମା ମାନଙ୍କ ମଧ୍ୟରୁ ନିହାରିକା ମହାନ୍ତି ଶୁଭଶ୍ରୀ ବେହେରା ଅଧକ୍ଷ୍ୟ ଜୟଶ୍ରୀ ପ୍ରିୟଦର୍ଶିନୀ ବେହେରା ସବିତା ସନ୍ତା ସନ୍ ବାରି ଭତରା, ସାବିତ୍ରୀ ପୂଜାରୀ କରୁଣା ପୂଜାରୀ ସଂଯୋଜନା କରିଥିଲେ ଅନିତା ସାନ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସଫଳ କରିଥିଲେ ସର୍ବଶେଷରେ ଜଗଦୀଶ ଭତରା ଧନ୍ୟବାଦ୍ ଅର୍ପଣ କରିଥିଲେ।
