ଶିଗମା ସ୍କୁଲ ରେ ଛାତ୍ର ଛାତ୍ରୀ ପାଳିଲେ ଗୁରୁ ଦିବସ

ଖୋର୍ଦ୍ଧା:( ପ୍ରିୟଙ୍କା ମହାପାତ୍ର)ଗୁରୁଙ୍କୁ ନ ମଣିମ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ଏହାକୁ ପାଳନ କରିଛନ୍ତି ବିଡ଼ିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲ୍ ର ଛାତ୍ର ଛାତ୍ରୀ। ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ପୌରହିତ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସଂଖ୍ୟା ବିଜ୍ଞାନୀ , ସୁଶ୍ରୀ ଦୀପ୍ତି ରଥ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଏକାଗ୍ରତା, ଅଧ୍ୟୟନ, ଏବଂ ଦୈନଦିନ କାର୍ଯ୍ୟ ରେ ସଂଖ୍ୟାର ମହତ୍ତ୍ଵ ସମ୍ପର୍କ ରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ର ନିର୍ଦ୍ଧେଶକ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ଭାରତ ପ୍ରଥମ ଉପ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଙ୍କ ଜୀବନୀ ଏବଂ ଗୁରୁ ଦିବସ ଉପରେ ପର୍ଯ୍ୟଲୋଚନ କରିଥିଲେ। ଛାତ୍ରୀ ଆଦ୍ୟାଶ୍ରୀ ମହାପାତ୍ର ଏବଂ କାଜଲ ପୃଷ୍ଟିଙ୍କ ସଂଯୋଜନାରେ ସମସ୍ତ ଛାତ୍ର ଛାତ୍ରୀ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁବନ୍ଦନା ନୃତ୍ୟ ମାଧ୍ୟମରେ ପୁଜା କରି ସେମାନଙ୍କ ଠାରୁ ଆଶୀବ୍ରାଦ ଗ୍ରହଣ କରିଥିଲେ। ଏହି ଉପଲକ୍ଷ ଆୟୋଜିତ ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ, ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ କୃତି ଶିଶୁ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଛାତ୍ର ଛାତ୍ରୀ ମାନେ ହାପି ଟିଚର୍ସ ଡେ କେକ କାଟି ଉତ୍ସବ କୁ ପାଳନ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉପହାର ପ୍ରଦାନ କରିଥିଲେ। ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଉତ୍ତମ ଛାତ୍ର ହୋଇ ନିଜ ପରିବାର ର ଏବଂ ଅନୁଷ୍ଠାନ ର ସୁନାମ ବୃଦ୍ଧି କଲେ ତାହା ଶ୍ରେଷ୍ଠ ଦକ୍ଷିଣା ହେବ ବୋଲି ନିଜ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ।
