March 12, 2026

ଖଣ୍ଡଦେଉଳି ହାଇସ୍କୁଲ ର 53 ଜଣ ଛାତ୍ର ଛାତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

IMG-20240906-WA0056
Share

 

 

ଗଞ୍ଜାମ ,

ପଵିତ୍ର ଗୁରୁ ଦିବସ ଅବସରରେ ଓଡିଶା ସରକାର ଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦଶମ ଶ୍ରେଣୀ ପାସ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଜିଲ୍ଲା ଏବଂ ବ୍ଲକ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥାଏ | ଖୁସି ର ବିଷୟ ଖଣ୍ଡଦେଉଳି ହାଇସ୍କୁଲ ର ଦଶମ ଶ୍ରେଣୀ ପାସ କରିଥିବା 53 ଜଣ ଛାତ୍ର ଛାତ୍ରୀ ଗଞ୍ଜାମ ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଓଡିଶା ର ମାନ୍ୟବର ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଜେନା, ସମ୍ମାନିତ ଅତିଥି ରୂପେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ଵାନସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଙ୍କ ଉପସ୍ଥିତି ରେ 53 ଜଣ ଛାତ୍ର ଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଥିଲେ | ସେମାନଙ୍କ ମଧ୍ୟରୁ 8 ଜଣ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଗ୍ରହଣ କରିଥିଲେ | ଶୁଭଶ୍ରୀ ଗୌଡ଼ ଗଞ୍ଜାମ ଜିଲ୍ଲା ଏକାଡେମିକ ପୁରସ୍କାର ମାନ୍ୟବର ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଥିଲେ | ସେହିଭଳି ଦଶମ ଶ୍ରେଣୀ ରେ ସର୍ବୋଚ୍ଚ ନମ୍ବର ରଖି A1 ହୋଇଥିବା ବାୟା ବାବୁ ସାହୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭୁବନେଶ୍ୱର ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି | ସ୍କୁଲ ର ଏଭଳି କୃତିତ୍ୱ ପାଇଁ ଖଣ୍ଡଦେଉଳି ଅଞ୍ଚଳ ର ଜନସାଧାରଣ, ଅଭିଭାବକ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ Dr ଶଙ୍କର ନାରାୟଣ ବେଜ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |(ପ୍ରଦୀପ କୁମାର ପଣ୍ଡା )