March 12, 2026

ମୋ ଅନୁଷ୍ଠାନ ତରଫରୁ ଗୁରୁ ଦିବସରେ ଗୁରୁଙ୍କୁ ସମ୍ବର୍ଦ୍ଧିତ,,

IMG-20240906-WA0053
Share

 

ବାଲେଶ୍ଵର ଜିଲ୍ଲା ଖଇରା କଲେଜ ଛକ ନିକଟ ଗାୟତ୍ରୀ ଶକ୍ତି ପୀଠ ପରିସରରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ପବିତ୍ର ଗୁରୁ ଦିବସରେ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋର କଲେଜ ଅଧ୍ଯାପିକା ଡ. ପ୍ରମିଳା ପାତ୍ର ଏବଂ ସାମ୍ବାଦିକ ପଦ୍ମଲୋଚନ ଦାସ ଯୋଗ ଦେଇଥିଲେ । ଗୁରୁ ଶିଷ୍ୟର ପରମ୍ପରା ହେଉଛି ପବିତ୍ର ଗୁରୁ ଦିବସ । ମଞ୍ଚାସୀନ ଅତିଥି ମାନେ ଗୁରୁ ଶିଷ୍ୟର ନିବିଡ଼ ସମ୍ପର୍କ ଓ ପରମ୍ପରା ଗୁରୁ ଦିବସ ବିଷୟରେ ବହୁ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଭରତ ଚନ୍ଦ୍ର ଦାସ, ଭଗବାନ ପାଠୀ, ଦାମୋଦର ପାଢ଼ୀ, ରଘୁନାଥ ଜେନା, ସୁଦାମ ଚରଣ ରାଉତ, କୈଳାସ ଚନ୍ଦ୍ର ସେଣ୍ଡ, ଡ. ପ୍ରମିଳା ପାତ୍ର, ଭଗବାନ ସେଠୀ, ନିରଞ୍ଜନ ପ୍ରସାଦ ବେହେରା ଏବଂ ସାମ୍ବାଦିକ ଗୁରୁ କୈଳାସ ଚନ୍ଦ୍ର ଦାସଙ୍କୁ ମଞ୍ଚାସୀନ ଅତିମାନେ ଉତ୍ତରୀୟ ଓ ମାନପତ୍ର ଦେଇ ” ଆଦର୍ଶ ଶିକ୍ଷା ଗୁରୁ ସମ୍ମାନ-୨୦୨୪ ” ରେ ସମ୍ବର୍ଦ୍ଧିତ କରିଥିଲେ । ବଡ଼ ଦୁଃଖର କଥା କୌଣସି କାରଣ ବଶତଃ ଶିକ୍ଷକ ମାୟାଧର ସାହୁ, ରମାକାନ୍ତ ଶତପଥୀ, ଅଧ୍ଯାପିକା ସମାପ୍ତି ବେହେରା ଓ ଶିକ୍ଷୟିତ୍ରୀ ମମତାମୟୀ ବିଶ୍ବକଲ୍ଯାଣୀ ରାଉତ ଅନୁପସ୍ଥିତ ଥିଲେ । ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଏଭଳି ମହତ କାର୍ଯ୍ୟକୁ ସମ୍ବର୍ଦ୍ଧିତ ପ୍ରତିଭା ମାନେ ଖୁବ୍ ପ୍ରଶଂସା କରିଥିଲେ । ଶକ୍ତିପୀଠର ମୁଖ୍ୟ ସଂଚାଳକ ଯଜ୍ଞ ବରାହ ମହାନ୍ତି ହୋଇଥିବା ବେଳେ କାର୍ଯ୍ୟକାରୀ ସଂଚାଳକ ଭାବେ ଜିତେନ୍ଦ୍ର ଦାସ ପାଠ କରିଥିବା ବେଳେ ପୂଜକ ସମସ୍ତଙ୍କୁ ଚନ୍ଦନ ପ୍ରଦାନ କରିଥିଲେ । ଶ୍ରୀ ଦାସଙ୍କ ଧର୍ମପତ୍ନୀ ଶକୁନ୍ତଳା ମହାନ୍ତି ଏବଂ ଭଉଣୀ କୁଞ୍ଜଲତା ମାହୁନ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା

(ଦେବାଶିଷ ଦାଶ୍ )

You may have missed