ମଣିଜଙ୍ଗା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପଞ୍ଚାୟତ ର ଶତାଧିକ ଲୋକମାନଙ୍କ ଦ୍ୱାରା ଗଣ ଧାରଣା

IMG-20250805-WA0062
Share

 

 

ସ୍କୁଲ ଫାଟକରେ ତାଲା।ସ୍କୁଲ ଶିକ୍ଷକ ବଦଳି କୁ ବିରୋଧ କରି ଶତାଧିକ ଗ୍ରାମବାସୀ ଙ୍କ ଗଣ ଧାରଣା। ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପଞ୍ଚାୟତ ର. ଶତାଧିକ ଲୋକମାନଙ୍କ ଦ୍ୱାରା ଗଣ ଧାରଣା। ଏହି ବିଦ୍ୟାଳୟରେ ଜଣେ ମାତ୍ର ପୁରୁଷ ଶିକ୍ଷକ ଭାବେ ନିଯୁକ୍ତି ହୋଇଥିବା ଆଲୋକ କୁମାର ମହାପାତ୍ର ଅନ୍ୟତ୍ର ବଦଳି ପାଇଁ ଚିଠି ଆସିବା ପରେ ଏହି ପ୍ରତିବାଦ ର ସ୍ୱର ଉଠିଛି। ଏହି ବିଦ୍ୟାଳୟ ରେ ଦୀର୍ଘ ତିନିବର୍ଷ ପ୍ରଧାନ ଶିକ୍ଷକ ପଦ ଫାଙ୍କା ରହିଛି। ପ୍ରଧାନ ଶିକ୍ଷକ କାର୍ଯ୍ୟ କାମଚଳା ପାଇଁ ନିଯୁକ୍ତି ହୋଇଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଙ୍କ ମନମୁଖୀ କାର୍ଯ୍ୟ କରି ଏହି ଶିକ୍ଷା କ୍ଷେତ୍ରକୁ ନିମ୍ନଗାମୀ ଦେଖିବାକୁ ମିଳୁଛି। ଯାହାକୁ ନେଇ ଜନ ଅସନ୍ତୋଷ ଜୋର ଧରିବା ସହ ଶିକ୍ଷକ ଆଲୋକ କୁମାର ମହାପାତ୍ର ପୁନର୍ବାର ନିଯୁକ୍ତି ସହ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାୟିତ୍ୱ ଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଙ୍କୁ ଏହି ପଦରୁ ହଟାଇ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି କରାଯିବା ପାଇଁ ଦାବି ରହିଛି। ତେବେ ଯେଉଁ ପର୍ଯ୍ୟନ୍ତ ଏହି ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସ୍ଥାନୀୟ ବାସିନ୍ଧା ମତ ରଖିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )